ଡଃ ଗୌରୀ ଶଙ୍କର ଶତପଥିଙ୍କୁ ମିଳିଲା ଗ୍ୟାନ ରତ୍ନମଣି ଉପାଧି
ଛତ୍ରପୁର, (ଦେବଦତ୍ତ ମହାରଣା):ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ କଲଚର ଡେଭଲପମେଣ୍ଟ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଡ୍ୟାନ୍ସ ଓ ମ୍ୟୁଜିକ ଫେଷ୍ଟିଭାଲ କଳାଶ୍ରୀ ଜ୍ୟୋତି ୨୦୨୩ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ସାମନ୍ତରାପୁର ଗ୍ରାମର ବରିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଡଃ ଗୌରୀ ଶଙ୍କର ଶତପଥିଙ୍କୁ ମିଳିଲା ଗ୍ୟାନ ରତ୍ନମଣି ଉପାଧି । ଜଣେ ଭଞ୍ଜ ସାହିତ୍ୟିକ ତଥା ଭଲ ନାଟ୍ୟକାର ଭାବେ ତାଙ୍କୁ ଏହି ଉପାଧି ମିଳିଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା ଆନ୍ଦୋଳନର ପ୍ରବକ୍ତା ତୋଫାନ ଜେନା, ପ୍ରବାସୀ ଓଡିଆ ଭାଷାର ପ୍ରବକ୍ତା ମନୋଜ ନାୟକ, କଲଚର ଡେଭଲପମଣ୍ଟ ଫାଉଣ୍ଡେସନ୍ ର ନିର୍ଦ୍ଦେଶକ ଡଃ ଉପେନ୍ଦ୍ର ଶର୍ମା ଓ ବିଷିଷ୍ଠ ନାଟ୍ୟକାର ଡଃ ମନୋଜ ପଣ୍ଡା ଅତିଥି ଭାବେ ଯୋଗ ଦେଇ ଶ୍ରୀ ଶତପଥିଙ୍କୁ ଏହି ଉପାଧି ପ୍ରଦାନ କରିଥିଲେ । ଶ୍ରୀ ଶତପଥି ଦୀର୍ଘ ୨୩ ବର୍ଷ ଭିତରେ ପ୍ରାୟ ୨୦୦ ନାଟକ ରେ ନିର୍ଦ୍ଦେଶନା ଦେବା ସହ ଓଡିଆ ଭାଷା ସାହିତ୍ୟରେ ଏକ ପୁସ୍ତର ରଚନା କରି ଜଣେ ଭଞ୍ଜ ସାହିତ୍ୟ ଭାବେ ସୁପରିଚିତ ହୋଇଛନ୍ତି । ଏହି ଉପାଧି ପାଇବା ପରେ ଶ୍ରୀ ଶତପଥିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।


