ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଜନ୍ମଦିନରେ ‘ଗଛ ମଣିଷ’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ସାହିତ୍ୟିକ, ପରିବେଶବିତ୍, କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଓ ଖୋରଧାର ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଜନ୍ମଦିନ ଅବସରରେ ତାଙ୍କ ସମ୍ପର୍କରେ ୧୦୦ଜଣ କବିଙ୍କ ଦ୍ୱାରା ଲିଖିତ ‘ଗଛ ମଣିଷ’ ପୁସ୍ତକ ବୁଧବାର ପକ୍ଷୀଘର ପ୍ରକାଶନୀ ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି ।ପକ୍ଷୀଘର ପତ୍ରିକାର ସମ୍ପାଦକ ବନୋଜ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଡଃ ଶ୍ରୀଚନ୍ଦନଙ୍କ ଜନ୍ମଦିନ ପାଳନ ଓ ‘ଗଛ ମଣିଷ’ ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଡଃ ଅଜୟ ସ୍ୱାଇଁ, ଶ୍ରୀ କେଦାର ମିଶ୍ର, ଡଃ ନିରଞ୍ଜନ ମହାନ୍ତି ‘ଗଛ ମଣିଷ’ ପୁସ୍ତକର ସଂକଳକ ଶ୍ରୀ ସଦାଶିବ ଶ୍ରୀଚନ୍ଦନ, ‘ପାଇକ ବାର୍ତ୍ତା’ର ପ୍ରତିଷ୍ଠାତା ଶ୍ରୀ ହରିବନ୍ଧୁ ମଙ୍ଗରାଜ, କମାଗୁରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ମହାନ୍ତି, ପକ୍ଷୀଘର ପତ୍ରିକାର ପ୍ରକାଶିକା ଶ୍ରୀମତୀ ବବିତା ତ୍ରିପାଠୀ, କବି ସୌଦାମିନୀ ତ୍ରିପାଠୀ, ସମାଜସେବୀ ଶ୍ରୀ ରଘୁନାଥ ଭୁଜବଳ ଓ ଅଜୟ ଗୁମାନସିଂ ପ୍ରମୁଖ ଯୋଗଦେଇ ଡଃ ଶ୍ରୀଚନ୍ଦନଙ୍କର ଗଛ ପ୍ରତି ଥିବା ମମତାବୋଧ ଓ ବୃକ୍ଷାରୋପଣକୁ ଏକ ଆନ୍ଦୋଳନରେ ପରିଣତ କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି, ସେ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଉଚ୍ଚ ପ୍ରଶଂସା କରିଥିଲେ ।


