ଡଃ. ଦୀପକ ସ୍ୱାଇଁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ମଙ୍ଗଳବାର ସନ୍ଧ୍ୟାରେ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ବାଲିଆ ପରିସରରେ ଯୁବବୈଜ୍ଞାନିକ ଡ. ଦୀପକ କୁମାର ସ୍ୱାଇଁ (୪୨)ଙ୍କ ଅକାଳ ବିୟୋଗ ପାଇଁ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ପ୍ରକାଶଯୋଗ୍ୟଯେ କଟକ, ନିଆଳି ବ୍ଲକ୍ର ଦେଉଳି ଗ୍ରାମବାସିନ୍ଦା ଡ. ସ୍ୱାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗରେ କୀଟତତ୍ତ୍ୱବିତ୍ ଭାବେ ଭୁବନେଶ୍ୱରରେ କାର୍ଯ୍ୟରତ ଥିଲେ । ବାଲେଶ୍ୱର ସହରର ପ୍ରମୁଖ ସମାଜସେବୀ ଓ ଶିକ୍ଷାବିତ୍ ଉପେନ୍ଦ୍ରନାଥ ପାତ୍ର ଓ କାଞ୍ଚନବାଳା ପାତ୍ରଙ୍କର ଜ୍ୟେଷ୍ଠଜାମାତା ଯିଏ କି ବାଲେଶ୍ୱରର ବିଭିନ୍ନ ସଂଗଠନ ସହିତ ଜଡ଼ିତ ତଥା ରାଷ୍ଟ୍ରୀୟ ସ୍ୱୟଂସେବକର ଜଣେ ସକ୍ରିୟ ସ୍ୱୟଂସେବକ ଭାବରେ ସେବା କରିଆସୁଥିଲେ । ତାଙ୍କ ବିୟୋଗରେ ଶୋକସନ୍ତପ୍ତ ପରିବାର ସହ ବାଲିଆ ଶିଶୁମନ୍ଦିରର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ସ୍ଥାନୀୟ ବାସିନ୍ଦା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା, ଶିକ୍ଷାବିକାଶ ସମିତି, ଓଡ଼ିଶାଙ୍କ କାର୍ଯ୍ୟକର୍ତ୍ତା, ବାଲିଆ ଶିଶୁମନ୍ଦିରର ପୂର୍ବତନ ଛାତ୍ରମାନେ, ବାଲେଶ୍ୱର ସହରର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତଃ ସ୍ୱାଇଁ ଜଣେ ଦକ୍ଷ ବୈଜ୍ଞାନିକ, ସୁବକ୍ତା, ମେଳାପି ଓ ସମସ୍ତଙ୍କୁ ଆପଣାର କରିପାରୁଥିବା ଯୁବକ ଥିଲେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ସମସ୍ତ ବକ୍ତା ମତପ୍ରକାଶ କରି ତାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ । ସ୍ୱର୍ଗତଃ ସ୍ୱାଇଁଙ୍କର ଏକମାତ୍ର ୧୧ ବର୍ଷ ପୁଅର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉବୋଲି ଆଶୀର୍ବଚନ ଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳିସଭାରେ ବାଲେଶ୍ୱରର ବିଶିଷ୍ଟ ଶ୍ରମିକ ନେତା ତଥା ବି.ଏମ୍.ଏସ୍.ର ରାଜ୍ୟ ସଂପାଦକ ପୃଥିରାଜ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଆଇନଜୀବି ନିରଞ୍ଜନ ପରିଡ଼ା, ସଞ୍ଜିବ କୁମାର ମହାପାତ୍ର, ନିରଞ୍ଜନ ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା, ଅମରନାଥ ସେଠୀ, ରାଜେନ୍ଦ୍ର କୁମାର ପାତ୍ର, ଗଣେଶ୍ୱର ସ୍ୱାଇଁ, ଗୌରାଙ୍ଗ ପାଣିଗ୍ରାହୀ, ରତିକାନ୍ତ ଜେନା, ଅନସ୍ୱୟା ସିଂହ, ରତ୍ନାକର ଦାସ, କୃଷ୍ଣଚନ୍ଦ୍ର ଜେନା, ଅତିକ୍ରାନ୍ତ ଦେ, ଅମ୍ଳାନ ଆର୍ଯ୍ୟ ରାଜସିଂହ, ସୁଧୀର କୁ. ମହାନ୍ତ ପ୍ରମୁଖ ଶୋକସଭାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ନିଳିମା ଦେ ଉପସ୍ଥିତମାନଙ୍କୁ କୃତଜ୍ଞତା ଜଣାଇଥିଲେ ।