ଡଃ ବିମଳେନ୍ଦୁ ମହାନ୍ତିଙ୍କ ୮୬ତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ଶିକ୍ଷାବିତ୍‌, ପୂର୍ବତନ କୁଳପତି ତଥା କ୍ରୀଡ଼ା ନିର୍ଦ୍ଦେଶକ ଡଃ ବିମଳେନ୍ଦୁ ମହାନ୍ତିଙ୍କ ୮୬ତମ ସ୍ୱନକ୍ଷତ୍ର ଉତ୍ସବ ତାଙ୍କ ନୂଆପଲ୍ଲୀସ୍ଥିତ ବାସଭବନରେ ପୂଜ୍ୟପୂଜା ପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଡଃ ମହାନ୍ତିଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଲେ ଯେ, ଦୀର୍ଘ ୪୦ ବର୍ଷ ହେବ ମାନନୀୟ ମହାନ୍ତିଙ୍କୁ ଆମେ ଅତି ନିକଟରୁ ଦେଖିଆସିଛୁ । ତାଙ୍କ ଦୃଢ ମନୋବଳ ଆଜି ତାଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ଦେଇଛି । ନୂତନ ଯୁବପିଢୀ ଯେଉଁମାନେ ଶିକ୍ଷାଦାନ କ୍ଷେତ୍ରରେ ଅଛନ୍ତି, ସେମାନେ ଡଃ ମହାନ୍ତିଙ୍କ ଛାତ୍ର ବତ୍ସଳତାକୁ ଶିକ୍ଷା କରିବା ଉଚିତ୍ । ଶିକ୍ଷାବିତ ଡଃ ବୁଦ୍ଧଦେବ ମିଶ୍ର କୃଷି ବିଶ୍ୱବିଦ୍ୟାଳୟରେ ଥିବା ସମୟରେ ତାଙ୍କର କାର୍ଯ୍ୟଶୈଳୀ ସ୍ୱତନ୍ତ୍ର ଥିଲା । ତାଙ୍କ ସ୍ପଷ୍ଟବାଦିତା ପାଇଁ ଛାତ୍ର ତଥା ଅଧ୍ୟାପକମାନେ ତାଙ୍କ ସମ୍ମୁଖୀନ ହେବାକୁ ଏକ ପ୍ରକାର ଭୟ କରୁଥିଲେ । ନିଜ ଅଧ୍ୟବସାୟ ବଳରେ ସେ ସାଧାରଣ ଅଧ୍ୟାପକରୁ କୁଳପତି ହୋଇପାରିଥିଲେ । ଶିକ୍ଷାବିତ ଡଃ ବଦ୍ରୀନାଥ ପଟ୍ଟନାୟକ ଅବସର ଜୀବନରେ ତାଙ୍କର ଭଗବାନ ବୁଦ୍ଧଙ୍କ ପ୍ରତି ସମର୍ପଣ ଓ ୯ ଖଣ୍ଡ ପୁସ୍ତକ ଲେଖିଥିବା ଆମ୍ଭ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଶେଷରେ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନିର୍ଦ୍ଦେଶକ ଗୋପାଳକୃଷ୍ଣ ମହାପାତ୍ର, ପ୍ରଫେସର ସଂଘମିତ୍ରା ମିଶ୍ର, ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା, ଇଂ ସୁଧାଂଶୁ ଗନ୍ତାୟତ, ଜର୍ମାନୀରୁ କବି ରାଜେନ୍ଦ୍ର ପ୍ରସାଦ ଦାସ, ଆଡଭୋକେଟ ପ୍ରଶାନ୍ତ ପଟ୍ଟନାୟକ, କଂଗ୍ରେସ ନେତା ଶିଶିର ନାୟକ, ସମାଜସେବୀ ବରୁଣରାଜ, ଡଃ ନିରଞ୍ଜନ ବିଶ୍ୱାଳ ପ୍ରମୁଖ ଡଃ ମହାନ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ