ଡଃ ଭଗବାନ ଗନ୍ତାୟତଙ୍କୁ ଡି.ଲିଟ୍. ଉପାଧୀ

ନୂଆଦିଲ୍ଲୀ : ଇନ୍ଦରାପୁରମ୍ ହେବିଟାଟସେଣ୍ଟର ଠାରେ ଆୟୋଜିତ ଡକଟେରାଲ କନଭୋକେସନ ଉତ୍ସବରେ ବାଲସବ୍ରିଡଜ ବିଶ୍ୱବିଦ୍ୟାଳୟ ଡୋମିନିକା ପକ୍ଷରୁ ଏସ .ଏମ.ଆଇ.ଟି . ସଭାପତି ଡଃ ଭଗବାନ ଗନ୍ତାୟତଙ୍କୁ ଡି.ଲିଟ୍. ଉପାଧୀ ମିଳିଛି ।ଉକ୍ତ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଡଃ ପାପାଚାନବେବି ଏସିଆ ମୁଖ୍ୟ ବାଲସ ବ୍ରିଡଜ ବିଶ୍ୱବିଦ୍ୟାଳୟ , ହରିଶ୍ଚଚନ୍ଦ୍ର ବୁର୍ନୁବାଲ ଉପାଧ୍ୟକ୍ଷ ବ୍ଲୁକ୍ରଫ୍ଟ ଡିଜିଟାଲ ଫାଇଣ୍ଡେସନ , ଡଃ ଆର. କେ. ଗୁପ୍ତା ଜାତୀୟ ଅଧ୍ୟକ୍ଷ ଏନ.ଇ.ଏଚ.ଡି.ଏ ଭାରତ , ଡଃ ଦେବୋଜିତ ଦେ ସଦସ୍ୟ କମନବେଲଥ ଗବେଷଣା ପରାମର୍ଶଦାତା କମିଟି , ଆନ୍ଥୋନୀ ଇବୋକେଟ ନାଇଜେରିଆ ଦୂତବାସ ତକର୍ମକର୍ତ୍ତା ପ୍ରମୁଖ ଉପସ୍ଥିତି ରହି ଡଃ ଗନ୍ତାୟତଙ୍କୁ ଉପଢୌକନ ପ୍ରଦାନ କରିବା ସହ ଶୁୁବେଚ୍ଚା ଜଣାଇଥିଲେ । ଡି.ଲିଟ୍ . ଉପାଧୀ ଗ୍ରହଣ କରିବା ପରେ ଡଃ ଗନ୍ତାୟତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରି ଥିଲେ । ଏହି ଅବସରରେ ଶିକ୍ଷାନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କରନାରାୟଣ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା , ଅଧ୍ୟକ୍ଷ ଡଃ ଜଗନ୍ନାଥ ସାହୁ , ଇଂ ସୁଧାଂଶୁ ମୋହନ ପାଢୀ , ପ୍ରଫେସର ଡଃ . ସତ୍ୟବ୍ରତ ଦାସ , ପ୍ରଫେସର ଅମିର କୁମାର ସାବତ, .ଏନ.ପି.ସାହୁ, ଡଃ ଭାରତୀବାଳା ସାହୁ ସମେତ ବହୁ ବୁଦ୍ଧିଜୀବି,ଏସ.ଏମ.ଆ.ଟି ର କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଡଃ ଗନ୍ତାୟତଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ