ଡଅଁରରେ ଭତ୍ତା ବଣ୍ଟନ ହେଲାନିି, ଫେରିଲେ ଶହଶହ ହିତାଧିକାରୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁ୍ଜ୍) ; ହାଟଡିହି ବ୍ଲକ ଡଅଁର ପଞ୍ଚାୟତରେ ଆଜି ଭତ୍ତା ପାଇଁ ଶହଶହ ହିତାଧିକାରୀ ଘଣ୍ଟା ଘଣ୍ଟା ଧରି ବସିରହି ନିରାଶରେ ଫେରି ଯାଇଛନ୍ତି । ଏହାକୁନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାର ପ୍ରତିମାସ ୧୫ତାରିଖକୁ ଜନସେବା ଦିବସ ଭାବେ ଘୋଷଣା କରି ଏହି ଦିନରେ ଗରିବ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ ବିଭିନ୍ନ ଯୋଜନାରେ ଭତ୍ତା ପ୍ରଦାନ କରିଥାନ୍ତି । ଯଦି ଛୁଟି ପଡେ ତେବେ ତା ପୁର୍ବରୁ ଭତ୍ତା ବଣ୍ଟନ କରାଯାଇଥାଏ । ମାତ୍ର ଡଅଁର ପଞ୍ଚାୟତରେ ଆଜି ଶହଶହ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟରେ ବସିବସି ଭତ୍ତା ନପାଇ ନିରାଶରେ ଘରକୁ ଫେରି ଯାଇଛନ୍ତି । ଖବରରୁ ଜଣାଯାଇଛି ଯେ ଗତକାଲି ଏହି ପଞ୍ଚାୟତରେ ବହୁ ବିଳମ୍ବରେ ଭତ୍ତା ପ୍ରଦାନ କରାଯାଇଥିଲା । ମାତ୍ର ଅଳ୍ପ କିଛି ଲୋକ ଭତ୍ତା ନେଇଥିଲେ । ଆଜି ସକାଳୁ ବହୁ ଆଦିବାସ ଲୋକମାନେ ମକର ପାଳନ କରିବା ଆସାରେ ଭତ୍ତା ପାଇଁ ଆସିଥିବାବେଳେ ନିର୍ବାହୀ ଅଧିକାରୀ କିମ୍ବା ବ୍ଲକର ଅନ୍ୟ ଗୌଣସି ଅଧିକାରୀ ଭତ୍ତା ଦେବାକୁ ଯାଇ ନଥିଲେ । ଫଳରେ ଗରିବ ଆଦିବାସୀ ମାନେ ଘଣ୍ଟା ଘଣ୍ଟା ଧରି ପଞ୍ଚାୟତ ସମ୍ମୁଖରେ ବସିବସି ନିରାଶରେ ଫେରି ଯାଇଛନ୍ତି । ଏ ସମ୍ପର୍କରେ ସରପଞ୍ଚ ହିସି ହେମ୍ରମଙ୍କୁ ପଚାରିବାରେ ସେ କହି ଅଧିକାରୀ ଆସିଲେନି ତେଣୁ ଲୋକମାନେ ଫେରିଗଲେ, ଆମେ କଣ କରିପାରିବୁ ବୋଲି କହିଛନ୍ତି ।