ଡଅଁର ଗ୍ରାମରୁ ଚୋରୀ ପିକଅପ ଭ୍ୟାନ ଭଦ୍ରକରୁ ଉଦ୍ଧାର

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଡଅଁର ଗ୍ରାମରୁ ଚୋରୀ ଯାଇଥିବା ପିକଅପ ଭ୍ୟାନକୁ ଭଦ୍ରକର ଏକ କବାଡିଆ ଖାନାରୁ ଉଦ୍ଧାର କରାଯାଇଛି । ସୁଚନାରୁ ଜଣାଯାଇଛି ଯେ ଶାଳକଣିଆ ଗ୍ରାମର ଭାଗବତ ଜେନା ବ୍ୟକ୍ତିଙ୍କ ଓଆର-୨୨ଡି-୩୦୧୯ ନମ୍ବର ବିଶିଷ୍ଟ ଏକ ପିକଅପ ଭ୍ୟାନକୁ ଡଅଁର ଗ୍ରାମର ବାପି ଜେନା ଚଳାଇ ଆସୁଥିଲା । ବାପି ଗତ ମେ ମାସ ୧୬ତାରିଖ ରାତିରେ ପିକ୍ଅପ ଗାଡିଟିକୁ ନେଇ ଡଅଁର ଗ୍ରାମର ତାଙ୍କ ଘର ସମ୍ମୁଖରେ ସବୁଦିନ ପରି ରଖିଥିଲା । ମାତ୍ର ସକାଳୁ ଉଠିଲା ବେଳକୁ ଆଉ ପିକ୍ଅପ ନଥିଲା । ୧୭ତାରିଖ ଦିନ ଏନେଇ ସେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ପୁଲିସ ଏକ ମାମଲା ରୁଜୁ କରିତôଲା । କିନ୍ତୁ ଗାଡି ମାଲିକ ଭାଗବତ ଓ ତାଙ୍କ ଡ୍ରାଇଭର ବାପି ଦୁହେଁ ଗାଡିଟିକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରିରଖିଥିଲେ । ଗତକାଲି ସେ ଭଦ୍ରକ ଚରମ୍ପାସ୍ଥିତ ଏକ କବାଡିବାଲା ନିକଟରେ ଗାଡିଟି ରଖାଯାଇଥିବା ଦେଖିବାକୁ ପାଇ ତୁରନ୍ତ ନନ୍ଦିପଦା ପୁଲିସକୁ ଜଣାଇଥିଲେ । ନନ୍ଦିପଦା ପୁଲିସ ଭଦ୍ରକରେ ପହଞ୍ଚି ଗାଡିଟିକୁ ଜବଦ କରିବା ସହିତ ଗାଡି ହସ୍ତାନ୍ତର କରିବାକୁ ଆସିଥିବା ଯୁବକକୁ ଅଟକ ରଖିଥିଲେ । ଅଟକ ଯୁବକକୁ ରଖି ପଚରା ଉଚୁରା ଚାଲିଥିବା ଥାନା ଆଇଆଇସି ଗଗନ ବିାହାରୀ ବିଶ୍ୱାଳ ସୁଚନା ଦେଇଛନ୍ତି । ଗତ କିଛିଦିପ ଭିତରେ ଆଖପାଖ ଅଞ୍ଚଳରୁ ଏକାଧିକ ବୋଲେରୋ, ପିକଅପ ଚୋରୀ ହୋଇଥିବାବେଳେ ସେ ସମ୍ପର୍କରେ ଅଟକ ଯୁବକ ନିକଟରୁ କିଛି ସୁଚନା ମିଳିପାରେ ବୋଳି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ