ଡଅଁର ଗ୍ରାମରେ ସ୍ୱଚ୍ଛ ଅଭିଯାନ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଡଅଁର ଗ୍ରାମରେ ପ୍ରତିବର୍ଷ ପରି ଚଳିତବର୍ଷ ରଜ କମିଟି ପକ୍ଷରୁ ବୃହତ ସଫେଇ କାର୍ଯ୍ରକ୍ରମ ହାତକୁ ନିଆଯାଇଛି । ଗ୍ରାମର ୬ନଂ ୱାର୍ଡ ଳକ୍ଷ୍ମୀ ମନ୍ଦିର ପରିସରରୁ ଏହା ଆରମ୍ଭ ହୋଇ ପ୍ରତ୍ୟେକ ୱାର୍ଡ ଏବଂ ବିଶେଷକରି ହରିଜନ ସାହିରେ ସଫେଇ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଥିଲା । ଅଳିଆ ସଫାହୋଇ ଟ୍ରଲି ମାଧ୍ୟମରେ ଗାଁ ବାହାରେ ନିକ୍ଷେପ କରାଯିବା ସହ ଗଳିକନ୍ଦିରେ ଉପଯୁକ୍ତ ପରିମାଣର ଫିନାଇଲ, କିରୋସିନି , ବ୍ଲିଚିଂ ପାଉଡର ଓ ଘାସମରା ବିଷ ସିଞ୍ଚନ କରାଯାଇଥିଲା । ଏଠାରେ ସୁଚନାଯୋଗ୍ୟ ଯେ ବର୍ଷରେ ଦୁଇଥର ଗାଁ ପରିସରରେ ସ୍ୱଚ୍ଛ ଅଭିଯାନକୁ ବ୍ୟାପକ କରାଯିବା ସହ ବୃକ୍ଷରୋପଣ ଭଳି ମହତ୍ୱପୁର୍ଣ୍ଣ କାର୍ଯ୍ୟକୁ କମିଟି ସୌଜନ୍ୟରେ ପ୍ରୋତ୍ସାହିତ କରାଯାଉଛି । ଶିକ୍ଷକ କାର୍ତ୍ତିକେଶ୍ୱର ଦଳେଇ, କବି ଚିତ୍ତରଞ୍ଜନ ନାୟକ, ଯୁବନେତା ସୁଧିର ଜେନା, ୩୭ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ପ୍ରଣତି ଦେଓ, ମନୋଜ ବେହେରା, ରଞ୍ଜନ ପହି, ସୁଶାନ୍ତ ରାଉତ, ଆଶୁତୋଷ ରାଉତ, ଦୁଷ୍ମନ୍ତ ଜେନା, ଶ୍ୟାମ ସୁନ୍ଦର ଜେନା, ଅବିନାଶ ଜେନା, ପ୍ରକାଶ ରାଉତ, ସୂର୍ଯ୍ୟ ଜେନା, ମନୋରଞ୍ଜନ ରାଉତ, ପତାପ ଦେଓ, ଗଣେଶ ଜେନା, ପ୍ରଶାନ୍ତ ରାଉତ, ବଇନ ବେହେରା, ଭରତ ବେହେରା, ଗୁଲୁ ବେହେରା, ସୌମ୍ୟ ରଞ୍ଜନ ରାଉତ, ଚିତ୍ତରଞ୍ଜନ ଜେନା, ରାହୁଲ ନାୟକ, ଗୁଗୁଲୁ ସାହୁ ପ୍ରମୁଖ ସକ୍ରୀୟ ଉପସ୍ଥିତ ରହି ସଫେଇ କାର୍ଯ୍ୟକୁ ପରିଚାଳନା କରିଥିଲେ ।