ଡଅଁର ଟିଏମ ଏକାଡେମୀରେ ବନ ମହୋତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଡଅଁର ସ୍ଥିତ ଟିଏମ ଏକାଡେମୀ ହାଇସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ଖେଳ ଶିକ୍ଷକ ଲକ୍ଷ୍ମୀଧର ଜେନା, ସହକାରୀ ଶିକ୍ଷକ ଅକ୍ଷୟ କୁମାର ସାହୁ, ପ୍ରସନ୍ନ କୁମାର ବେହେରା, ଉର୍ମୀଳା ଜେନା, ରାଜଶ୍ରୀ ବାରିକ, ଉଷାରାଣୀ ରାଉତରାୟ, ସତ୍ୟଭାମା ବାରିକ, ସାଗର ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବନ ମହୋତ୍ସବର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ ପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ନିଜ ନିଜ ବାଡିରେ ଓ ଗାଁରେ ଥିବା ଖୋଲା ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସ୍କୁଲ ପରିସରେ ବୃକ୍ଷ ରୋପଣ କରାଯାଇଥିଲା ।


