ଡଅଁର ଦୁର୍ଗାମନ୍ଦିରରୁ ଚୋରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଡଅଁର ଦୁର୍ଗା ମନ୍ଦିରରୁ ଗତକାଲି ରାତିରେ କେହି ଦୁର୍ବୁତ ତାଲାଭାଙ୍ଗି ମନ୍ଦିରରୁ ୫୦ହଜାରରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଲୁଟି ନେିଥିବା ଜଣାଯାିଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମବାସୀଙ୍କ ସହଯୋଗରେ ଗତବର୍ଷ ଡଅଁର ଗ୍ରାମରେ ଏକ ଦୁର୍ଗା ମନ୍ଦିର ନିର୍ମାଣ କରାଯାଇ ପ୍ରତିଷ୍ଠା କରାଯାଇଥିଲା । ପ୍ରତିଷ୍ଠା ଉତ୍ସବର ବର୍ଷେ ନପୁରୁଣୁ ଗତ ଶୁକ୍ରବାର ରାତିରେ କେହି ଦୁର୍ବୁତ ମନ୍ଦିରର ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ଘଣ୍ଟି, ଘଣ୍ଟା, ପିତ୍ତଳ ସାମଗ୍ରୀ, ବାସନ କୁସନ, ମୃଦଙ୍ଗ ଓ ହୁଣ୍ଡିବାକ୍ସକୁ ଲୁଟି ନେଇଛନ୍ତି ।ଆଜି ସକାଳେ କିଛି ଗ୍ରାମବାସୀ ମନ୍ଦିରର ଚାବି ଭଙ୍ଗଯାଇ ମନ୍ଦିର କବାଟ ମେଲା ଥିବା ଦେଖିବାପରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ମହେଶ୍ୱର ଜେନା, ପବିତ୍ର ମୋହନ ରାଉତ, ଧିରେନ ଜେନା, ଅଭିମନୁ୍ୟ ରାଉତ, ମନୋଜ ରାଉତ, ମଣିଭଦ୍ର ଜେନା, କିର୍ତ୍ତନ ଦଳେଇ, ଦୟାନିଧି ସାହୁ, ସାରଙ୍ଗଧର ଜେନା, ଧୃବ ଚରଣ ରାଉତ, ମୁକୁନ୍ଦ ନାୟକ, ବାବନ ଓଝା ପ୍ରମୁଖ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଚୋରୀ ସମ୍ପର୍କରେ ଦେଖିବାପରେ ତୁରନ୍ତ ନନ୍ଦିପଦା ଥାନାକୁ ଜଣାଇଥିଲେ । ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ