ଡଅଁର ପ୍ରିମିୟମ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଶିବଶକ୍ତି ଚମ୍ପିୟନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକର ଡଅଁର ଟିଏମ ଖେଳ ପଡ଼ିଆରେ ୧୦ ବର୍ଷ ଧରି ଚାଲିଥିବା ଡଅଁର ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ସୁପର ୱାରିଅର୍ସ ଦଳ ବନାମ ଶିବଶକ୍ତି ଫାଇଟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସୁପର ୱାରିଅର୍ସ ଦଳ ବ୍ୟାଟିଂ କରି ୧୫ ଓଭରରେ ୧୦୦ ରନ ସଂଗ୍ରହ କରିଥିଲା । ଦଳ ତରଫରୁ ଅଧିନାୟକ ଗୀତିମୟ ବେହେରା ୧୪ ବଲରେ ୩୦ ରନ ସଂଗ୍ରହ କରିଥିଲେ । ତାର ଜବାବରେ ଶିବଶକ୍ତି ଦଳ ୧୫ ଓଭରରେ ୧୦୦ ରନ କରି ଟାଇ ହୋଇଥିଲା । ଶେଷରେ ଦୁଇ ଟିମ ମଧ୍ୟରେ ଖେଳକୁ ହିସାବ କରାଯାଇ ଶିବଶକ୍ତି ଦଳ ବିଜେତା ହୋଇ ଚମ୍ପିୟନ ହୋଇଥିଲା । ଚିତରଂଜନ ନାୟକ ଓ ବିଜୟ ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗୀରଥୀ ସେଠୀ, ସମ୍ମାନିତ ଅତିଥି ଭାବେ ଡଅଁର ସରପଞ୍ଚଙ୍କ ପ୍ରତିନିଧି ମଦନ ସାନ୍ତାଳ, ରମେଶ ରାଉତ, ଡଅଁର ସେବା ସମବାୟ ସମିତିର ସଭାପତି ରଞ୍ଜନ ପହି ଯୋଗଦେଇ ପୁରଷ୍କାର ବିତରଣ କରିଥିଲେ । ବିଜେତା ଟିମ ୧୦ ହଜାର ଟଙ୍କା ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଟିଏମ ସ୍ପୋର୍ଟସ କ୍ଲବର ରଶ୍ମିରଂଜନ ଜେନା, ଗିରିଶ ବାରିକ, ସନ୍ଦୀପ ଦେଓ, ପ୍ରଶାନ୍ତ ଜେନା, ବିସ୍ମୟ ଜେନା, ଦୟାନିଧି ନାୟକ, ସୁମନ୍ତ ସାହୁ, ଅଭିନାଶ ଜେନା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ