ଡଅଁର ସେବା ସମବାୟ ସମିତିରେ ସମ୍ପାଦକ ଙ୍କ ମନମାନି, ହାଇକୋର୍ଟଙ୍କ ନିର୍ଦ୍ଦେଶ କୁ ଅବମାନନା ଅଭିଯୋଗ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲା ହାଟଡିହି ବ୍ଲକ ଡଅଁର ସେବା ସମବାୟ ସମିତିରେ ସମ୍ପାଦକଙ୍କ ମନମାନିରେ ଚାଲୁଥିବା ମ୍ୟାନେଜମେଣ୍ଟ କମିଟିର ସଭାପତି ଅଭିଯୋଗ କରିଛନ୍ତି। ମ୍ୟାନେଜମେଣ୍ଟ କମିଟି କାର୍ଯ୍ୟକ୍ଷମ ଥିବାବେଳେ ନୂତନ ସମିତି ଗଠନ ଆଳରେ ସେ ମନୋମୂଖି ଭାବେ କିଛି ସଦସ୍ୟଙ୍କୁ ବାହାର କରି ନୂତନ କମିଟି ଗଠନ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି। ସଭାପତିଙ୍କୁ ବହିସ୍କାର କରିବା ପାଇଁ କୌଣସି ନିର୍ଦ୍ଦେଶ ନଥିବା ବେଳେ ସମ୍ପାଦକ କୌଣସି ବୈଠକକୁ ଦାକୁ ନାହାଁନ୍ତି । ଏନେଇ ସଭାପତି ଅକ୍ଷୟ ଧଳ ଉଚ୍ଚନ୍ୟାଳୟ କେସ ନମ୍ବର ୬୩୮୮ ତା ୫/୩/୨୦୨୫ ରେ ସମବାୟ ସମିତିର ମ୍ୟାନେଜମେଣ୍ଟ କମିଟିର ସ୍ଥିତାବସ୍ଥା ଜାରି ରଖିବା ପାଇଁ ନିର୍ଦେଶ ଦେଇଥିବା ସ୍ଥଳେ ସମ୍ପାଦକ ୬ତାରିଖ ଦିନ ଉପସଭାପତିଙ୍କୁ ନେଇ ବୈଠକ କରିବା ଓ ଅନୁଦାନ ଉଠାଣ ନିମନ୍ତେ କମିଟି ଉପସଭାପତିଙ୍କ ସ୍ପେସିମେନ ସିଗନେଚର ନେଇ ବ୍ୟାଙ୍କ ରେ ଦାଖଲ କରିବା ଘଟଣା ତାଙ୍କ କାର୍ଯ୍ୟକଳାପକୁ ନେ଼ଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମିତି ସଭାପତି ତଥା ଅଭିଯୋଗକାରୀ ଅକ୍ଷୟ ଧଳ କହିଛନ୍ତି, ମୁଁ କମିଟିର ଡାଇରେକ୍ଟର କିମ୍ବା ସଭାପତି ନୁହେଁ ବୋଲି ସମିତି ସମ୍ପାଦକ କିମ୍ବା ବିଭାଗୀୟ ଅଧିକାରୀ କୌଣସି ଚିଠି ଜାରି କରି ନାହାଁନ୍ତି । ସମ୍ପାଦକ କିଛି ଅଧିକାରୀ ଙ୍କୁ ହାତ ବାରିସି କରି ନିଜ ସ୍ବାର୍ଥ ସାଧନ ପାଇଁ ଏପରି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ନୂତନ ସମିତି ଗଠନ ହୋଇଥିବା ଅନ୍ୟ ସେବା ସମବାୟ ସମିତି ଗୁଡ଼ିକର ପରିଚାଳନା କମିଟି ଗୁଡିକ କାର୍ଯ୍ୟକ୍ଷମ ଥିବା ବେଳେ କେବଳ ଏହି ସମିତିରେ ସମ୍ପାଦକ ମନୋମୁଖି କାର୍ଯ୍ଯ କରି ଅଚଳାବସ୍ଥା ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ସମ୍ପାଦକ ସମିତିକୁ ନଆସି ବାହାରେ ବାହାରେ ଅଫିସ କରୁଛନ୍ତି, ଯାହାକୁ ନେଇ ଚାଷୀ ଓ ସଦସ୍ୟଙ୍କ ଭିତରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମିତିର ଖିଲାପି ଋଣ ଆଦାୟ କରିବାରେ ସମ୍ପାଦକ ବିଫଳ ହୋଇଛନ୍ତି। ଶତକଡା ୪୨ ଭାଗ ଋଣ ଆଦାୟ ହୋଇଥିବାରୁ ଉଚ୍ଚକର୍ତୁପକ୍ଷ ତାଗିଦ କରିଛନ୍ତି। ଗତ କିଛି ବର୍ଷ ହେଲା ଚାଷୀ ମାନଙ୍କୁ ଆବଶ୍ୟକ ନୂତନ ଋଣ ପ୍ରଦାନ କରାଯାଉ ନଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସମିତିର ସମ୍ପାଦକ ଉମାକାନ୍ତ ନାୟକଙ୍କୁ ପଚାରିବାରେ ସେ କୋର୍ଟ ଙ୍କ ନିର୍ଦେଶ ଅନୁଯାୟୀ କାର୍ଯ୍ଯ କରୁଛନ୍ତି ଓ ଯେଉଁ ଅଭିଯୋଗ ହୋଇଛି ତାହାର ତଦନ୍ତ ହେଉ ବୋଲି କହିଛନ୍ତି।


