ଡକାୟତି ଉଦ୍ୟମରେ ୩ ଜଣଙ୍କୁ ଗିରଫ
ପ୍ରଭାତ କୁମାର ପାତ୍ର (ପାରଳାଖେମୁଣ୍ଡି)
ତାରିଖ- 29/3/2019
ଗଜପତି – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।ପୁଲିସ ସୁତ୍ରରୁ ପ୍ରକାଶ ଯେ ଗତ ୨୯ ତାରିଖ ଦିନ ପୋଲିସକୁ ସୂଚନା ମିଳିଥିଲା ଯେ ୩ ଘଣ୍ଟା ସମୟରେ ଏକ ବଟ ଧରଣର ଡକାୟତି ହେବ ବୋଲି। ସେହି ସୂତ୍ର ଆଧାକରି ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍ ଆଇ ସୁନୀଲ କୁମାର ଦଳେଇ ପ୍ରମୁଖ ମାନେ ଚଢାଉରେ ଉପସ୍ଥିତ ଥିଲେ। ଚଢାଉ କରିବା ସମୟରେ ୭ ଜଣ ମଧ୍ୟରୁ ୫ ଜଣ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ପୁଲିସ ସେମାନଙ୍କ ଠାରୁ ଦେଶି ବୋମା, ଗନ ପାଉଡର, ଛୁରି, ଭିଜିଆଲ, ମୋବାଇଲ ୨ଟି, ମଦ ବୋତଲ ଜବତ କରିଥିବା ଆଜି ପାରଳାଖେମୁଣ୍ଡ ଏସ୍ ଡିପିଓ ଠାକୁର ପ୍ରସାଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଉ ୫ ଜଣଙ୍କୁ ଖୋଜା ଚାଲିଛି ବୋଲି କହିଛନ୍ତି। ସେହି ୩ ଜଣଙ୍କୂ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।