ଡକାୟତି ଉଦ୍ୟମ ଅଭିଯୋଗରେ ୫ ଗିରଫ
ବ୍ରହ୍ମପୁର,(ଅନିଲ କୁମାର ମହାରଣା): ଗୋଳନ୍ଥରା ପୋଲିସ ଥାନା ଅନ୍ତର୍ଗତ କନିସି ହାଟରେ ଭାବନିପୁରର କୋକ ଦାସ, ଲାଠି ଗ୍ରାମର କୁନା ଗୌଡ଼, ବେନ୍ଦାଳିଆ ଗ୍ରାମର କାହ୍ନା ପଢ଼ିଆରୀ, ନରେନ୍ଦ୍ରପୁର ଗ୍ରାମର ଅନିଲ କୁମାର ବାଡ଼ତ୍ୟା, ଓ ଲାଞ୍ଜିପଲ୍ଲୀର ସନ୍ତୋଷ କୁମାର ଦାସ, ୫ ଜଣ ଅକ୍ଟୋବର ୨୦ ତାରିଖ ବିଳମ୍ବିତ ରାତ୍ରରେ ଏକାଠି ହୋଇ ନିକଟ ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ,କୌଣସି ସୂତ୍ରରୁ ଖବର ପାଇ ଗୋଳନ୍ଥରା ପୋଲିସ ବାହିନୀ ଚଢ଼ାଉ କରି ୫ ଜଣଙ୍କୁ କାବୁ କରି ଗିରଫ କରିବା ସହ ୨ ଟି ଜୀବନ୍ତ ବୋମା, ୨ ଟି ଲୁହା ରଡ଼ ଓ ଗୋଟିଏ କାତି ଜବତ କରିଥିଲେ । ଏନେଇ ଗୋଳନ୍ଥରା ଥାନା କେଶ ନମ୍ବର ୩୩୮/୨୦ ପ୍ରକାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପାଞ୍ଚ ଜଣଙ୍କ କରୋନା ଟେଷ୍ଟ ପରେ ୨୧-୧୦-୨୦ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଥିବା ଗୋଳନ୍ଥରା ଥାନା ଆଇ.ଆଇ.ସି ବାବୁଲି ନାୟକ ପ୍ରକାଶ କରିଛନ୍ତି।


