ଡକାୟତି ଉଦ୍ୟମ ପଣ୍ଡ,୫ ଗିରଫ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗାଙ୍ଗପୁର ଥାନା ଅନ୍ତର୍ଗତ ମାଁ ବୁଢ଼ାକେନ୍ଦୁ ଜଙ୍ଗଲ ନିକଟରେ ଏକ ପାଞ୍ଚ ଜଣିଆ ଗ୍ୟାଙ୍ଗ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ପେଟ୍ରୋଲିଂ ବେଳେ ଧରାପଡି ଜେଲ ଯାଇଛନ୍ତି ।ସେମାନଙ୍କ ଠାରୁ ଏକ ଦେଶୀ ପିସ୍ତଲ, ଦୁଇଟି ଅଫୁଟା ଗୁଳି, ଦୁଇଟି ହାତବୋମା,ଗୋଟିଏ ଖଣ୍ଡା,ତିନୋଟି ମୋବାଇଲ,ମଦ ବୋତଲ,ଗ୍ଳାସ୍ ଓ ଲଙ୍କା ଗୁଣ୍ଡ ଜବତ କରାଯାଇଛି ।ଗିରଫ ବ୍ୟକ୍ତିମାନେ ହେଲେ ଗାଙ୍ଗପୁର ଥାନା ନାଟେଙ୍ଗା ଗ୍ରାମର ମଙ୍ଗୁଳୁ ପରିଡାଙ୍କ ପୁଅ ମନୋଜ ପରିଡା(୨୭),ଭଞ୍ଜନଗରର ମହମ୍ମଦ ଆକବରଙ୍କ ପୁଅ ଏମ.ଡି.ଇମ୍ରାନ ଓରଫ ଏମୁ (୨୫),ଭଞ୍ଜନଗର ପୁରୁଣା ବଜାର ସାହିର ଅଶୋକ ସାହାଣୀଙ୍କ ପୁଅ କେଶବ ସାହାଣୀ(୨୫),ଭଞ୍ଜନଗର ଏନ୍.ଏ.ସି ରୋଡର ପ୍ରମୋଦ ବେହରାଙ୍କ ପୁଅ ରାକେଶ ବେହେରା(୨୫)ଭଞ୍ଜନଗର ଥାନା ଚାକୁଣ୍ଡା ପଲ୍ଲୀର।ମୋଚିରାମ।ଗୌଡଙ୍କ ପୁଅ କାହ୍ନୁଚରଣ ଗୌଡ(୨୫) ବୋଲି ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ ପ୍ରକାଶ କରିଛନ୍ତି ।ସୁଚନା ପ୍ରକାରେ ଆଜି ଭୋର ୩.୩୦ମି ସମୟରେ ଗାଙ୍ଗପୁର ଥାନା ଏସ୍.ଆଇ ଅଜିତ ପରିଡା ପେଟ୍ରୋଲିଂ କରୁଥିବା ବେଳେ ବୁଢାକେନ୍ଦୁ ଜଙ୍ଗଲ ନିକଟରେ ଏକ ବୁଦା ନିକଟରେ ପାଞ୍ଚ ଜଣ ଯୁବକ ଏକତ୍ରିତ ହୋଇ କିଛି ଗୋଟେ ଯୋଜନା କରୁଥିବାର ସନ୍ଦେହ କରି ଥାନା ଅଧିକାରୀଙ୍କୁ ସୁଚନା ଦେଇଥିଲେ ।ଥାନାଧିକାରୀ ଫୋର୍ସ ସହ।ଘଟଣା ସ୍ଥଳରେ ପହଞ୍ଚି ଚାରିପଟୁ ଘେରାଉ କରି ସମସ୍ତ ପାଞ୍ଚ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।ତଦନ୍ତ ବେଳେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ସ୍ୱୀକାର କରିଥିଲେ ।ଏସ୍.ଆଇ ଶ୍ରୀ ପରିଡାଙ୍କ ଏତାଲାକ୍ରମେ ଗାଙ୍ଗପୁର ଥାନାରେ୧୨୯/୨୦ରେ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଆସ୍କା ଜେ.ଏମ.ଏଫ୍.ସି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।ଏସ୍.ଆଇ ପ୍ରମୋଦ କୁମାର ବେହେରା ଘଟଣାର ତଦନ୍ତ କରୁଛନ୍ତି ।ଗିରଫ ଯୁବକ ମାନଙ୍କ ନାମରେ ବିଭିନ୍ନ ସ୍ଥାନରେ ଏକାଧିକ ମାମଲା ରହିଥିବା ପୋଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ