ଡକାୟତି ଉଦ୍ୟମ ପଣ୍ଡ, ୨ ଜୀବନ୍ତ ବୋମା, ୨ ବାଇକ ଓ ଖଣ୍ଡା ଜବତ, ୫ ଜଣ ଗିରଫ।
ବ୍ରହ୍ମପୁର,(ଅନିଲ କୁମାର ମହାରଣା): ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଅକ୍ଟୋବର ୨୦ ତାରିଖ ଦିନ ଏକ ଡକାୟତି ଉଦ୍ୟମକୁ ପଣ୍ଡ କରିବା ସହ ଦୁଇଟି ଜୀବନ୍ତ ବୋମା, ଦୁଇଟି ବାଇକ, ଖଣ୍ଡା ଓ ଅନ୍ୟାନ ଜିନିଷ ଜବତ କରିଥିବା ବେଳେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ କୁମାର ରାଉତଙ୍କ ନିର୍ଦ୍ଦେଶ କ୍ରମେ ନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବି.ପତି ଓ ବୈଦ୍ୟନାଥପୁର ଥାନା ଆରକ୍ଷୀ ନିରୀକ୍ଷକ ସାରଦା ପ୍ରଶନ ଦାଶଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଏକ ଢାବା ନିକଟରେ ପାଞ୍ଚ ଜଣ ମିଶି ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରି ସମସ୍ତଙ୍କୁ କାବୁକରି ଗିରଫ କରିବାରେ ସଫଳ ହୋଇଥିଲେ । ଗିରିଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ରାମନଗର ଅଞ୍ଚଳର ରଞ୍ଜନ ବରାଡ଼, ଅଜୟ ବାହାଦୂର ଗୁରୁଙ୍ଗ, ଚିଙ୍କୁ ଦାସି, ଓ ବିକାଶ ପଟ୍ଟନାୟକ ଏବଂ ରଙ୍ଗଣି ବନ୍ଧ ସାହିର ପ୍ରଶାନ୍ତ କୁମାର ବେହେରା । ସେମାନଙ୍କ ଠାରୁ ଦୁଇଟି ଜୀବନ୍ତ ବୋମା, ଦୁଇଟି ବାଇକ, ଖଣ୍ଡା ଓ ଅନ୍ୟାନ ଜିନିଷ ଜବତ କରାଯାଇଛି । ଏନେଇ ବୈଦ୍ୟନାଥପୁର ଥାନା କେଶ ନମ୍ବର ୨୨୮/ ୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇ ଗିରିଫ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।