ଡକାୟତି ଘଟଣାରେ ଅଭିଯୁୂକ୍ତ ଗିରଫ
ବେଗୁନିଆ(ଜୁଗାବ୍ଦ ନ୍ୟୁଜ୍): ବେଗୁନିଆ ଅନ୍ତର୍ଗତ ସିକୋ ଫାଣ୍ଡି ଅଧିନସ୍ଥ ଶଗଡ଼ଭଙ୍ଗା ରାସ୍ତାରେ ଗତ ମାସ ୨୪ ତାରିଖ ଦିନ ହୋଇଥିବା ଡକାୟତି ଘଟଣାରେ ପୁଲିସ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି । ସ୍ପନ୍ଦନ ଫାଇନାସ କମ୍ପାନୀ କର୍ମଚାରୀଙ୍କଠାରୁ ଗୋଟିଏ ପଲ୍ସରରେ ୩ଜଣ ଆସି ୩୦ହଜାର ଟଙ୍କା, ଏଟିଏମ୍, ଆଧାରକାର୍ଡ ସମେତ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜ ଛଡ଼ାଇ ନେଇଥିଲେ । ପୁଲିସ ସ୍କ୍ୱାର୍ଡ ଏବଂ ଜଙ୍କିଆ ଥାନାର ମିଳିତ ଉଦ୍ୟମରେ ଅନୁସନ୍ଧାନ କରାଯାଇ ରଣପୁରର ମୂଳବାସିନ୍ଦା ବର୍ତ୍ତମାନ ସିକୋ ଫାଣ୍ଡି ଅଧିନସ୍ଥ ମୁକ୍ତାପୁରରେ ରହୁଥିବା ଗୋବିନ୍ଦ ଜେନାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।