ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଲେ ଡକାୟତ
ଯାଜପୁର , (ଯୁଗାଦ୍ଧ ନ୍ୟୁଜ୍) ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନଡିଆଭଂଗା ଗାଁ ଛକ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରି ପୋଲିସ ୪ ଜଣ ଡକାୟତଙ୍କୁ ଗିରପଂ କରିଛି । ଅନ୍ୟ ୩ ଜଣ ଡକାୟତ ପେଂରାର ହେବାରେ ସକ୍ଷମ ହୋଇଛନ୍ତି । ଏହି ଗ୍ୟାଙ୍ଗ କୌଣସି ଏକ ଅପରାଧ ଘଟାଇବା ପାଇଁ ଯୋଜନା କରୁ
ଥିବା ବେଳେ ପେଟ୍ରୋଲିଂ କରୁଥିବା ପୋଲିସ ହାତରେ ଧରାପଡିଥିଲେ । ଗିରପଂ ଡକାୟତ ଙ୍କ ମଧ୍ୟରୁ ୩ ଜଣଙ୍କ ଘର ସୁକିନ୍ଦା ଓ ଅଶୋକଝର ଅଂଚଳରେ । ଅନ୍ୟ ଜଣେ ଡକାୟତଙ୍କ ଘର କେନ୍ଦୁଝର ଜିଲା ବଉଳା ମାଇନ୍ସ ଅଂଚଳରେ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ,ଖଣ୍ଡା,ଛୁରି ଓ ଦୁଇଟି ବାଇକ ଜବତ ହୋଇଛି । ଗିରପଂ ଡକାୟତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡିଛି । ଆଜି ସେମାନଙ୍କୁ କଳିଙ୍ଗନଗର ପୋଲିସ ଗିରପଂ କରି କୋର୍ଟ ଚାଲାଣ କରିଛି ।


