ଡକାୟତି ଯୋଜନା ପଣ୍ଡ କଲା ବୁଗୁଡା ପୋଲିସ ୪ ଜଣ ଗିରଫ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡ଼ା ପୋଲିସକୁ ମିଳିଛି ଏକ ବଡ ସଫଳତା । ଡକାୟତି ଯୋଜନା କରୁଥିବା ବେଳେ ୪ ଜଣଙ୍କୁ ଧରିନେଲା ପୋଲିସ ତେବେ ଗ୍ୟାଙ୍ଗ ର ଜଣେ ଖସି ପଳେଇବାରେ ସଫଳ ହୋଇଛି ବୋଲି ପୋଲିସ କହିଛି। ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ ବେଳେ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ବୁଗୁଡ଼ାରୁ କରସିଙ୍ଗ ମୁଖ୍ୟ ସଡ଼କ କଡରେ ଥିବା ପଥରବଣି ଗ୍ରାମର ରେଷ୍ଟସେଡରେ ଏହି ଗ୍ୟାଙ୍ଗ ବସି ଯୋଜନା କରୁଥିଲା। ପେଟ୍ରୋଲିଂ ବେଳେ ପୋଲିସ ଏମାନଙ୍କୁ ନିରୋଳାରେ ବସିଥିବା ଦେଖି ସନ୍ଦେହ କରି ଏମାନଙ୍କ ଉପରେ ଚଢାଉ କରିଥିଲା। ଚଢାଉ ବେଳେ ଗ୍ୟାଙ୍ଗ ର ଜଣେ ଖସିପଳାଇଥିବା ବେଳେ ଅନ୍ୟ ୪ ଜଣ ଗିରଫ ହୋଇଥିଲେ ପୋଲିସ ହାତରେ। ଏମାନଙ୍କ ଠାରୁ ୪ ହାତ ବୋମା, ଗୋଟାଏ ଲେଖାଏଁ ଖଣ୍ଡା, ଛୁରୀ ଓ କାତି ଜବତ କରିଥିଲା ପୋଲିସ। ଗିରଫ ଚାରି ଅଭିଯୁକ୍ତମାନେ ହେଲେ ପଞ୍ଚଭୂତି ଗ୍ରାମର ପ୍ରଫୁଲ୍ଲ ନାଇକ, ଜେକ ଗ୍ରାମର ନିର ନାଇକ, ତାରାସିଂ ଗ୍ରାମର ରବିନ୍ଦ୍ର ନାଇକ ଓ ରାଜେନ୍ଦ୍ର ନାଇକ। ଗ୍ୟାଙ୍ଗ ର ନେତା ନିର ନାଇକ ବୁଗୁଡ଼ା ଥାନା ମାଣିତରା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ର ଡକାୟତି ସହ ସମ୍ପୃକ୍ତ ଥିବା ବେଳେ ଅନ୍ୟାନ୍ୟ ଏକାଧିକ ମାମଲାରେ ମଧ୍ୟ ଜଡିତ ଥିବା ପୋଲିସ ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। କେଶ୍ ନଂ ୧୬୭ ପ୍ରକାରେ ଏକ ମାମଲା ରୁଜୁ କରି ଗିରଫ ୪ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସବ୍ ଇନ୍ସପେକ୍ଟର ତନୁଶ୍ରୀ ସାହୁ ଏହି କେଶ ଦାୟିତ୍ୱ ବହନ କରୁଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ