ଡକାୟତି ଯୋଜନା ପଣ୍ଡ ଗିରଫ ହେଲେ କୁଖ୍ୟାତ ଅପରାଧୀ

କଟକ,(ଦୀପକ୍ କୁମାର ବେଉରା): ଡକାୟତି ଯୋଜନା କରୁଥିବା ବେଳେ ତିନ ଡକାୟତଙ୍କୁ କାବୁ କଲା ପୋଲିସ । ବିଲୁଆ, ହରିଆ, ବାଦଲ ଗିରଫ ହୋଇଥିବା ବେଳେ ତାଙ୍କର ଆଉ ତିନିଜଣ ସାଥୀ ଦୁଇଟି ମଟର ସାଇକେଲ୍‌ରେ ସେଠାରୁ ଚମ୍ପଟ ମାରିଛନ୍ତି । ଚାଉଳିଆଗଞ୍ଜ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି । ନୟାବଜାରରେ ଥିବା ଏକ ପରିତକ୍ତ ଘରୁ ଏମାନଙ୍କୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତ ଡକାୟତମାନଙ୍କ ଠାରୁ ଗୋଟି ଦେଶୀ ବନ୍ଧୁକ, ଦୁଇଟି ଗୁଳି, ଛୁରୀ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ବିଲୁଆ ଓରଫ ଦିଲ୍ଲୀପ ଭୋଇ, ହରିଆ ଓରଫ ଲିପୁ ଓରଫ ଗରିହର ବେହେରା , ବାଦଲ ସାହୁକୁ ଗିରଫ କରାଯିବ ପରେ କୋର୍ଟ ଚାଲାଣ କରାଯାଇଛି । ଜାତୀୟ ରାଜପଥରେ ଲୋକମାନଙ୍କୁ ଭୟଭୀତ କରି ଏମାନେ ଲୁଟ୍‌ କରୁଥିଲେ । ଟଙ୍କା ସହ ସୁନାଗହଣା ଲୁଟୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ