ଡକାୟତି ଯୋଜନା ପଣ୍ଡ : ୭ ଗିରଫ

ନୟାଗଡ,(ଯୁଗାବ୍ଦ ନ୍ୟୁଜ୍) : ନୟାଗଡ ଜିଲ୍ଲା ଋଣପୁର ଥାନା ଅସୁରକୁମାରୀ ପୀଠ ନିକଟରେ ଡକାୟତ ଯୋଜନା କରୁଥିବା ସମୟରେ ପୋଲିସ ୭ ଜଣ ଡକାୟତଙ୍କୁ କାବୁ କରିବା ସହ ଘଟଣା ସ୍ଥଳରୁ ବ୍ୟବହୃତ ଦୁଇଟି ବାଇକ୍ ସହ ମାରଣାସ୍ତ୍ର ଜବତ କରିଛି । ଅଭିଯୁକ୍ତ ମାନେ ଋଣପୁର ଓ ନୟାଗଡ ର ବୋଲି ଜଣାପଡିଛି । ଗିରଫ ହୋଇଥିବା ଡକାୟତି ମାନଙ୍କ ବିରୋଦ୍ଧରେ ଡକାୟତି ରାହାଜାନି ଓ ଅନେକ ଅସାମାଜିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ପୋଲିସ କହିଛି । ଏହା ସହ ଜିଲ୍ଲାରୁ ଅପରାଧ ମୁକ୍ତ କରିବା ନିମନ୍ତେ ପୋଲିସ ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ବେଳେ ଡକାଂୟତି ମାନେ ଧରାପଡିଥିଲେ ବୋଲି ଥାନାର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ