ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ତାଙ୍କ ଜନ୍ମଦିନରେ ଗଛଟିଏ ଲଗାଇ ଅଭିନନ୍ଦନ ଜଣାଇବାକୁ ଅନୁରୋଧ କରିଛନ୍ତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍, ବିଶିଷ୍ଟ ପରିବେଶବିତ୍ ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ୍ ବିବୃତ୍ତିରେ ଅନୁରୋଧ କରିଛନ୍ତି ମୋ ଜନ୍ମଦିନ ମେ ୧ ତାରିଖରେ ପ୍ରତ୍ୟେକ ଶୁଭେଚ୍ଛୁ, ପ୍ରେରଣା ଗ୍ରୀନ୍ ଆର୍ମିର ସଦସ୍ୟ, ବୃକ୍ଷପ୍ରେମୀମାନେ ତାଙ୍କୁ କୌଣସି ଉପହାର, ଫୁଲତୋଡ଼ା ନଦେଇ ନିଜ ନିଜ ଅଞ୍ଚଳରେ ଗଛଟିଏ ଲଗାଇଲେ କିମ୍ବା ଗଛଟିଏ ଦାନ କଲେ କିମ୍ବା ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହେଉଥିବା ପଶୁପକ୍ଷୀଙ୍କ ପାଇଁ ନିଜ ଦୁଆରେ କିମ୍ବା ଗଛମୂଳରେ ପାଣିପାତ୍ରଟିଏ ରଖିଲେ ତାହା ମୋ ପାଇଁ ଜନ୍ମଦିନର ଶ୍ରେଷ୍ଠ ଉପହାର ହେବ । କାରଣ ବର୍ତ୍ତମାନର ଉତ୍ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ଆଦି ସମସ୍ୟା ପୃଥିବୀ ପୃଷ୍ଠରେ ପ୍ରାକୃତିକ ବିପର୍ଯ୍ୟୟ, ସାମୁଦ୍ରିକ ଝଡ଼ ଆଦି ସୃଷ୍ଟିକରି ଜୀବଜଗତ ପ୍ରତି ବିରାଟ ବିପଦ ସୃଷ୍ଟି କରିିଛି । ଏପରିକି ପିରବେଶବିଜ୍ଞାନୀ ମାନଙ୍କ ମତରେ ବିଶ୍ୱର ଅନେକ ସମୁଦ୍ରତଟସ୍ଥ ସହରର ଭାରତର ମୁମ୍ବାଇଏ କୋଚି ଓ ଓଡ଼ିଶାର ପାରାଦ୍ୱୀପ ଆଦି ଏ ଶତାବ୍ଦୀ ଶେଷ ସୁଦ୍ଧା ପାଞ୍ଚପୁଟ ପାଣି ଭିତରେ ରହିବ । ତେଣୁ ପୃଥିବୀ ମା’କୁ ସୁରକ୍ଷିତ ରଖିବା ପାଇଁ ମୋ ଜନ୍ମଦିନରେ ଗୋଟିଏ ଗୋଟିଏ ଗଛ ଲଗାଇଲେ ତାହା ମୋ ପାଇଁ ଶ୍ରେଷ୍ଠ ଉପହାର ଓ ଅଭିନନ୍ଦନ ହେବ ବୋଲି ସେ ନିବେଦନ କରିଛନ୍ତି ।