ଡଟ୍ ଫେଷ୍ଟ ଉବାଚ

ଅନାମିକା ଦାସ
ମୁଁ ଆଜ୍ଞା ପୁରୀ ରଘୁରାଜପୁର, ପଟ୍ଟଚିତ୍ରର ଗାଁର ଗୋଟେ ଅଯୋଗ୍ୟ ପୁଅ । ବ୍ରାହ୍ମଣ କୂଳରେ ଜନ୍ମ ହେଲେ ମୋ ବାପା-ଭାଇ ସମସ୍ତେ ପଟ୍ଟଚିତ୍ର ବେଉସାରେ ଲାଗିଛନ୍ତି । ମୋ ଦେଇ ପାଠ ହେଲାନି କି ସେ ରଙ୍ଗତୁଳୀ ସୁହାଇଲାନି । ମୁଁ କାଳେ ସୁଧୁରିଯିବି ବୋଲି ବାହା ବି କରେଇ ଦେଲେ, ହେଲେ ମୁଁ କଉ ବିଗିଡି ଥିଲି ଯେ ସୁଧୁରି ଥାନ୍ତି । ବାହାଘର ବର୍ଷକରେ ପୁଅ । ତା’ପରେ ନାନା ମତେ ବଢ଼ିଲା ପାଣିକୁ ଠେଲିଲା ଭଳି ଶୁଣେଇ ଦେଲେ ତୁ ରୋଜଗାର କରି ତୋ ପିଲା-ସ୍ତ୍ରୀ କଥା ବୁଝ । ନହେଲେ ଏବେ ବି ସମୟ ଅଛି ପୈତୃକ ବେଉସା ଶିଖ । ମୁଁ ହାର ମାନିବା ମଣିଷ ତ ନଥିଲି ବାସ୍ ଘର ଛାଡି ଭୁବନେଶ୍ୱର ବାହାରିଲି, ନାନାଙ୍କୁ ତ ସିଧା କଥା କେବେ ହେଇନଥିଲି, ବୋଉ ଆଉ ମୋ ସ୍ତ୍ରୀ କୁ ଜୋର୍‌ରେ କହିଥିଲି ମୁଁ ରୋଜଗାର କରି ଦେଖେଇବି । ଆସି ପହଞ୍ଚିଲି ଭୁବନେଶ୍ୱର ଷ୍ଟେସନ, ବ୍ରାହ୍ମଣ ପୋଷାକ (ଯୋଡ) ମୁଣ୍ଡରେ ଚୁଟି, ପୁରା ଦିନ ବୁଲିଲି ମୋ ମନ ଲାଖି କାମଟେ ପାଇଲିନି, କଉ ମନ୍ଦିରରେ କାମଟେ ମିଳୁ ବୋଲି ଛୋଟ ବଡ ମନ୍ଦିର ବୁଲିଲି । ମନ୍ଦିର କାମରେ ସକାଳ ସଂଧ୍ୟା ଆଉ ବାକି ସମୟ ମୋର ଫାଙ୍କା ଦରକାର ଥିଲା । ଏଠି ଦୋକାନ ମାନଙ୍କରେ ସକାଳ ଧୂପ ଆଉ ବଡ ବାବୁମାନଙ୍କ ଘର ଠାକୁର ଲାଗି ବି ମୋ ଭଳି ବ୍ରାହ୍ମଣଙ୍କ ଚାହିଦା ବେଶୀ । ଷ୍ଟେସନ ଦି ପଟେ ଚକ୍ ମକ୍ କରୁଥିବା ଦୋକାନ- ଦୋକାନ ଯାଇ ପୂଜାରୀ ଦରକାର କି ପଚାରି ପଚାରି ତିନି ନମ୍ବର ରାମ ମନ୍ଦିର ଯାଏଁ ଆସିଲି । ଦୁଇ-ତିନି ଦୋକାନର ସକାଳ ପୂଜା କାମ ବି ପାଇଲି । ରାମ ମନ୍ଦିର ତ ବାପା-ମା ଲୋ ସେଠି ପୂଜାରୀ ହେବା ଲାଗି ମୋତେ ଆଉ ଗୋଟେ ଜନ୍ମ ନେବାକୁ ପଡିବ, ପୁରୀର ଶୁଣି ମନ୍ଦିର ଦୁଇବେଳା ଫୁଲକଢ଼ା, ସଫା କାମ ମିଳିଲା । ଆଉ ଖାଇବାଟା ବି ବ୍ୟବସ୍ଥା ହେଇଗଲା । ଆହୋ ମୁଁ ପୁରୀ ଲୋକ ଅରୁଆ ଡାଲମାଟେ ହେଲେ ଶାନ୍ତି । ଏମିତି ଏମିତି ଗୋଟେ ମୋବାଇଲ୍ କିଣିଲି ଆଉ ଘରକୁ ଗଲେ ଭୁବନେଶ୍ୱର ରାମ ମନ୍ଦିର, ଭଳିକି ଭଳି ମେଳା, ଆଲୁଅ ସଜା, ପୂଜା ବେଳେ ଆକାଶ ଛୁଆଁ ତୋରଣ ଫଟୋ ଦେଖେଇ ବଡିମା କରେ କି ଦେଖ ମୁଁ କେମିତି ଜାଗାରେ ଅଛି ଆଉ ତମେମାନେ ସନ୍ଧ୍ୟା ହେଲେ ଲାଇଟ୍ ଗୁଡା ଡିବି ଜଳିଲା ଭଳି ଲାଗୁଥିବା ଜାଗାରେ । ବଡ ଭାଇ ପୁଅ, ମୋ ସ୍ତ୍ରୀ ଓ ପୁଅ କୁହନ୍ତି ଆମକୁ ବି ଟିକେ ନଉନା, ଟି.ଭି.ରେ ଯାହା ଦେଖିଛୁ, ସତରେ ଟିକେ ଭୁବନେଶ୍ୱର ଦେଖନ୍ତୁ । ସବୁଥର କହି ଖସେ କି ଆରଥରକୁ ଆସେ ନେଇଯିବି । ଏବେ ରାମ ମନ୍ଦିର ଠାରୁ ପ୍ରଦର୍ଶନୀ ପଡିଆ, ବୁଦ୍ଧ ମନ୍ଦିର ଯାଏଁ ଉଠା ଦୋକାନୀରେ ଭରପୁର । ପରିବା, ଫଳ, ଲୁଗା ପଟା, ଘର ସଜା ଜିନିଷ ସବୁ ମିଳେ । ମୁଁ ବି ଫୁଲ୍ ପାଉଡର ଚନ୍ଦନ ଆଉ ପିତଳ ଗଡୁଟେ ଧରି ଏ ମୁଣ୍ଡ ସେ ମୁଣ୍ଡ ଦୋକାନରେ ପାଣି ଛିଞ୍ଚି, ଚନ୍ଦନ ଟୋପାଟେ ଦୋକାନୀକୁ ମାରି ଯାହା ଦଶ-ପାଞ୍ଚ ମିଳେ ଲୁଗାରେ ଖେଂଚେ । ଏମିତିକି ପରଦା ବିକୁଥିବା ମୁସଲମାନ ଦୋକାନୀ ବି ଚନ୍ଦନ ନ ନେଇ ମତେ ଦେଖୁ ଦେଖୁ ଦଶଟଙ୍କାଟେ ବଢ଼େଇ ଦିଏ । ପ୍ରଦର୍ଶନୀ ପଡିଆ ରୋଡ୍‌, ସ୍କୁଲ କାନ୍ଥ ବାଡ ସବୁ ଚିତ୍ର, ରଙ୍ଗରେ ସଜା ହେଉଥିଲା, ସଜା ସଜି ଦେଖି ଆଖି ଖୋସି ହେଇଯାଉଥାଏ, ଆମ ଓଡିଶାରେ ହକି ବିଶ୍ୱକପ୍ ହେବ, ଆଉ ତା’ ସହ ତାଳ ଦେଇ “ଡଟ୍ ଫେଷ୍ଟ” ରାମ ମନ୍ଦିରରୁ କାମ ସାରି ଉଠା ଦୋକାନୀମାନଙ୍କ ଆଡେ ଗଡୁଟା ଧରି ବାହାରିଲି, ହେଲେ କେହି ନଥିଲେ । ସେମାନେ କୁଆଡେ ସୁନ୍ଦର ଭୁବନେଶ୍ୱରର ଶୋଭା ନଷ୍ଟ କରୁଥିଲେ । ହଉ ଯାହା ସରକାରଙ୍କ ଇଛା । ସନ୍ଧ୍ୟାବେଳେ ଜୋର୍ ଗୀତ, ବାଜା ଶବ୍ଦରେ ରାମ ମନ୍ଦିରରୁ ବାହାରି ପ୍ରଦର୍ଶନୀ ପଡିଆ ଆଡେ ଚାଲିଲି । କୋଶେ ଦୂରରୁ ସେ ବାଜାରେ ଛାତି ଧଡ-ଧଡ ହେଉଥିଲା, କି ରକମ-ରକମ ଲାଇଟ୍ ଫଟୋ ଉଠେଇ ଉଠେଇ ଚାଲିଲି ଆଗକୁ, ବାଟରେ ସେ ମାରୁଆଡି ଶାଢ଼ୀ ଦୋକାନୀ ବି ମୋ ସହ ଗଲେ । ହଉ ବେପାର ସିନା ହେବନି କିନ୍ତୁ ଟିକେ ଆଖିରେ ଦେଖିବା କ’ଣ ହଉଛି ।
“ଡଟ୍ ଫେଷ୍ଟ” ଭିତରକୁ ପଶିଲା ବେଳକୁ ପୋଲିସ୍ ବାବୁ ଟିକେଟ୍ ମାଗିଲେ, ଆଜ୍ଞା ଟିକେଟ୍ କ’ଣ? କଉଠୁ ମିଳିବ? ନାଚ-ଗୀତ ଦେଖିବାକୁ ପୁଣି ଟଙ୍କା? ସେ ବିରକ୍ତ ହେଇ ତଡିଲେ, ଯା’ ଆରପଟ ଖାଦ୍ୟ ମେଳାଟା ମାଗଣା ପଶି ପାରିବ, ଏପଟେ ବମ୍ବେରୁ ବଡ ବଡ କଳାକାର ଆସିବେ, ମନ୍ତ୍ରୀ, ବିଧାୟକଙ୍କ ସମୟ, ଏ ଗେଟ୍‌ରୁ ହଟ ଆଗେ । ପଶିଲୁ ଯାଇ ଖାଦ୍ୟମେଳା ପଟେ, ବାପାରେ କି ସଜା, ତଳେ କ’ଣ ଏଇ ଦଶ ଦିନରେ ସବୁଜ ଘାସ ଏ ଥୁଣ୍ଟା ପଡିଆରେ କରିଦେଲେ! ଯେଉଁ ହୋଟେଲ୍‌ର ନାଁ ଖାଲି ଶୁଣିଥିଲୁ, ବାହାରୁ ଦେଖିଥିଲୁ ସେ ଷ୍ଟଲ ସବୁ ଲାଗିଥିଲା । ବହୁତ ଗୁଡେ ଫଟୋ ଉଠେଇ ଘରକୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ