ଡବଲ ମର୍ଡର; ଆତ୍ମସର୍ମପଣ କଲେ ଅଭିଯୁକ୍ତ
ବାଲେଶ୍ବର : ରାଣୀପାଟଣା ବ୍ୟାଙ୍କ କଲୋନୀରେ ଡବଲ ମର୍ଡର ହୋଇଛି। ଘର ଭିତରୁ ଜଣେ ମହିଳାଙ୍କ ସମେତ ଜଣେ ପୁରୁଷଙ୍କ ରକ୍ତାକ୍ତ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ମହିଳାଙ୍କ ନାମ ହେଉଛି ଲକ୍ଷ୍ମୀପ୍ରିୟା ସାହୁ। ତାଙ୍କୁ ସ୍ବାମୀ କୈଳାସ ସାହୁ ସୋମବାର ବିଳମ୍ବିତ ରାତିରେ ହତ୍ୟା କରିଥିଲେ। ଏହାସହ ଅନ୍ୟ ଜଣେ ପୁରୁଷଙ୍କୁ ମଧ୍ୟ ହତ୍ୟା କରିଥିଲେ। ମଙ୍ଗଳବାର ୧୧ଟା ସମୟରେ କୈଳାସ ଥାନାରେ ପହଞ୍ଚି ଆତ୍ମସମର୍ପଣ କରି ସମସ୍ତ ଘଟଣା ଜଣାଇଥିଲେ। ପୁଲିସ ଅଭିଯୁକ୍ତ କୈଳାସକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ପରକୀୟ ପ୍ରୀତି ଯୋଗୁଁ ଏହି ହତ୍ୟାକାଣ୍ଡ କରାଯାଇଥିବା ଆଲୋଚନା କରାଯାଉଛି।