ଡବଲ ସେଞ୍ଚୁରୀ ମାରିଲା ପିଆଜ ଦର

ଭୁବନେଶ୍ବର : ଲୋକେ ଯାହା ଆଲୋଚନା କରୁଥିଲେ ଶେଷରେ ତାହା ହୋଇଛି। ଡବଲ ସେଞ୍ଚୁରୀ ମାରିଛି ପିଆଜ ଦର। ସବୁ ପନିପରିବାଠୁ ମହରଗ ହୋଇଛି ପିଆଜ। ଓଡ଼ିଶାର ରାଜଧାନୀ ଭୁବନେଶ୍ବରଠାରୁ ଆରମ୍ଭ କରି ଦେଶର ପ୍ରମୁଖ ସହରରେ ପିଆଜ କିଲୋ ପିଛା ୨୦୦ ଟଙ୍କା ଛୁଇଁଛି। ରାଜ୍ୟକୁ ପିଆଜ କମ୍ ଆସିବା ଏବଂ ହୋଲସେଲ ଦର ବଢ଼ିବା ପରେ ପିଆଜ ଦାମ ବଢ଼ିଛି ବୋଲି ବେଙ୍ଗାଲୁରୁର କୃଷି ବ୍ୟବସାୟିକ ଅଧିକାରୀ ସିଦ୍ଦଗଙ୍ଗିଆ କହିଛନ୍ତି। ଅମଳ ସମୟରେ ବର୍ଷା ହେବାରୁ ପିଆଜ ଚାଷ ନଷ୍ଟ ହୋଇଯାଇଛି। ଫଳରେ ନୂଆ ଅମଳ ବଜାରକୁ ଆସିପାରି ନାହିଁ। ପୁରୁଣା ପିଆଜ ଶେଷ ହୋଇଆସୁଥିବାରୁ ବଜାରରେ ପିଆଜ ଉଭାନ ହୋଇଯାଇଛି। ଯାହା ବି ଅଛି ତାହା ଚଢ଼ା ଦରରେ ବିକ୍ରି ହେଉଛି ବୋଲି ସେ କହିଛନ୍ତି। ଓଡ଼ିଶାରେ ପିଆଜର କିଲୋ ପିଛା ସର୍ବନିମ୍ନ ଦର ୧୮୦ ଟଙ୍କା ହୋଇଥିଲେ ହେଁ କେତେକ ଖୁଚୁରା ଦୋକାନରେ ୨୦୦ ଟଙ୍କାରେ ବିକ୍ରି ହେଉଛି। ରାତି ପାହିଲେ ଦର ବଢ଼ୁଥିବାରୁ ଲୋକେ ଆଉ ପିଆଜ ଖାଇବେନି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟକୁ ପିଆଜ କମ୍ ଆମଦାନୀ ହେଉଥିବାରୁ ଦର ବୃଦ୍ଧି ହେଉଛି ବୋଲି ସୂଚନା ରହିଛି। ସାରା ଦେଶରେ ପିଆଜର ମହଙ୍ଗା ମାଡ ଜାରି ରହିଛି। ପିଆଜ ଦରବୃଦ୍ଧିକୁ ନେଇ ଖାଉଟି ମଧ୍ୟ ହନ୍ତସନ୍ତ ହେଉଛନ୍ତି। ନିକଟରେ ଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପିଆଜ ଦର ବୃଦ୍ଧିକୁ ନେଇ ବୈଠକ କରିଥିଲେ। ପିଆଜ ସଙ୍କଟ ଏଡାଇବାକୁ କେନ୍ଦ୍ର ସରକାର ଇଜିପ୍ଟ ଓ ତୁର୍କୀରୁ ପିଆଜ ଆମଦାନୀ କରିବେ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ