ଡମଣୀ ଜଙ୍ଗଲରେ ବାଘ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): କଟକ ବନଖଣ୍ଡ ଡାଳିଯୋଡା ବନାଞ୍ଚଳ ଚୌଦ୍ୱାର ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ଡମଣୀ ଜଙ୍ଗଲର ରାସ୍ତା ଉପରେ ଦୁଇଟି ବାଘଛୁଆ ଖେଳୁଥିବାର ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ମଙ୍ଗରାଜପୁର ଗ୍ରାମ ନିକଟରେ ଥିବା ଏକ ପ୍ରକୃତି ଆଶ୍ରମକୁ କିଛି ବ୍ଯକ୍ତି ସନ୍ଧ୍ୟା ସମୟରେ ଯିବାବେଳେ ସେଇ ରାସ୍ତାରେ ଦୁଇଟି ବାଘଛୁଆ ଖେଳୁଥିବା ଦେଖି ତାର ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ । ପରେ ସେହି ଫଟୋ ଓ ଭିଡିଓ ସେଇ ଆଶ୍ରମରେ ଥିବା ବ୍ୟକ୍ତିଙ୍କୁ ଦେଖେଇବା ପରେ ସେମାନେ ଏହି ଦୁଇଟି କଲରା ପତରିଆ ବାଘଛୁଆ ବୋଲି କହିଥିଲେ। ଆଗରୁ ମଧ୍ଯ ସେ ଓ ଅନେକ ଲୋକ ଏହି ବାଘ ଛୁଆଙ୍କୁ ଡ଼ମଣି ପୀଠ ଜଙ୍ଗଲ ରାସ୍ତାରେ ଖେଳୁଥିବାର ଦେଖିଛନ୍ତି । ତେବେ ପ୍ରଶ୍ନ ଉଠୁଛି ବନ ବିଭାଗ କର୍ମଚାରୀ ମାନେ ଏ ବିଷୟରେ କେମିତି ଟେର ପାଇ ନହାନ୍ତି । ରାସ୍ତା ଉପରେ ବାଘ ଛୁଆ ଖେଳୁଥିବା ଖବର ଜଣାପଡିଲା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।