ଡମ୍ପର ଚପାରେ ଶିଶୁର ମୃତ୍ୟୁ, ଅଂଚଳରେ ଉତେଜନା
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ସହରର ସରକାରୀ ଡାକ୍ତରଖାନା ପଛପାଶ୍ୱର୍ରେ ଥିବା ମୁଣ୍ଡା ବସ୍ତିରେ ଡମ୍ପର ଚାପାରେ ଏକ ଶିଶୁର ମୃତ୍ୟୁ ଘଟିବା ପରେ ଅଂଚଳରେ ଉତେଜନା ଦେଖାଦେଇଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟ୍ ସମୟରେ ଏକ ଡମ୍ପର ନଂ ଓଆର ୦୯ ଇ ୮୭୪୮ କୁ ଡମ୍ପରର ହେଲପର ଚଳାଇ ଉକ୍ତ ବସ୍ତି ରାସ୍ତା ଦେଇ ଯାଉଥିବା ବେଳେ ବସ୍ତିରେ ଖେଳୁଥିବା ୩ ବର୍ଷର ଶିଶୁ ବିଜୁ ମୁଣ୍ଡା ଉପରେ ମାଡିଯାଇଥିଲା । ଫଳରେ ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ କେନ୍ଦ୍ର କରି ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ଦୁର୍ଘଟଣା ଘଟାଇବା ପରେ ଡମ୍ପରର ହେଲପର ଫେରାର ହୋଇଯାଇଥିଲା । ତେବେ ଘଟଣା ଘଟିବାର ବହୁ ବିଳମ୍ବରେ ପୋଲିସ ପହନଚି ଶବ ଓ ଡମ୍ପରଟିକୁ ଜବତ କରିବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।