ଡମ୍ପର ଧକ୍କାରେ ଉପୁଡିଲା ବିଦ୍ୟୁତଖୁଣ୍ଟ,ଅନ୍ଧକାରରେ ଯୋଡାସହର

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) :  କେନ୍ଦୁଝର ଜିଲା ଯୋଡା ସହରର ବସଷ୍ଟାଣ୍ଡ ନିକଟରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଏକ ଡମ୍ପର ବିଦ୍ୟୁତଖୁଣ୍ଟକୁ ଧକ୍କା ଦେବାରୁ ଯୋଡା ସହରବାସୀ ବହୁ ସମୟ ଧରି ଅନ୍ଧକାରରେ ରହିଥିଲେ । ଖବରରୁ ଜଣାପଡିଛି ଯେ, ସୋମବାର ରାତି ପ୍ରାୟ ୭ ଟା ସମୟରେ ଡମ୍ପର ନଂ ଓଆର୦୯ କେ ୮୯୦୮ ବାଂଶପାଣି ଆଡୁ  ଯୋଡା ଅଭିମୁଖେ ଆସୁଥିବା ବେଳେ ବସ୍ଷ୍ଟାଣ୍ଡ ନିକଟସ୍ଥ ତଥା ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଥିବା ଏକ ବିଦ୍ୟୁତ ଖୁନ୍ଟକୁ  ଧକ୍କା ଦେବା ପରେ ଓଲଟି ପଡିଥିଲା । ବିଦ୍ୟୁତ ଖୁନ୍ଟ ଉପୁଡି ପଡିବାରୁ  ସହରକୁ  ବିଦ୍ୟୁତ ସରବରାହ ବନ୍ଦ କରାଯାଇଥିଲା । ନ୍ଦୀର୍ଘ ସମୟ ଧରି ସହରବାସୀ ଅନ୍ଧକାରରେ ରହିବା ପରେ ବିଦ୍ୟୁତ ବିଭାଗ ପକ୍ଷରୁ  ମରାମତି କରାଯାଇ ସହରକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା । ଏହି ଦୁର୍ଘଟଣା ଘଟିବା ପରେ ପ୍ରବଳ ଟ୍ରାଫିକ ସମସ୍ୟା ଉପୁଜିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହିତ ଧକ୍କା ଦେଇଥିବା ଡମ୍ପରକୁ ଜବତ କରିଥିଲା ଏବଂ ଡମ୍ପର ଡ୍ରାଇଭରକୁ ମଧ୍ୟ ଅଟକ ରଖିଥିଲା । ତେବେ ମଦ ନିଶାରେ ଚାଳକ ଜଣକ ବେପରୁଆ ଭାବେ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତକ୍ଷ୍ୟଦର୍ଶୀମାନେ ପ୍ରକାଶ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ