ଡରିଗଲେ ସରକାର: ନିରଞ୍ଜନ
ଭୁବନେଶ୍ୱର: ସରକାର ଡରିଗଲେ । ଏଭଳି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ସେ କହିଛନ୍ତି ଯେ, ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କଲେ । ତେବେ ଏନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଲେ । କାଳେ ରଥଯାତ୍ରା ହେଲେ କରୋନା ବ୍ୟାପିବ ତାହାକୁ ନେଇ ସରକାର ଡରିଗଲେ । ସରକାର ଭୟ କଲେ,ଆଉ ନିଷ୍ପତ୍ତି ନେଇପାରିଲେ ନାହିଁ । ତେବେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ, ବସରେ ଲୋକ ଯାଉନାହାନ୍ତି । ରଥ ହେଲେ ମଧ୍ୟ ଲୋକ ଆସିବେ ନାହିଁ । ରଥଯାତ୍ରା କରାଇ ପାରିଲେ କଳାପାହାଡ଼ ଭଳି ଇତିହାସ ଲେଖା ହୁଅନ୍ତା ନାହିଁ । ସଟଡାଉନ କରି ରଥଯାତ୍ରା କରାଇ ପାରିଲେ ଏପରି ହୁଅନ୍ତା ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ପ୍ରକାଶ ଯେ,ଚଳିତ ବର୍ଷ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏ ବର୍ଷ ପାଇଁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି । ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ କହିଛନ୍ତି । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ପାଇଁ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ସୁପ୍ରମିକୋର୍ଟ କହିଛନ୍ତି । କେବଳ ପୁରୀ ନୁହେଁ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅପରପକ୍ଷରେ ରଥଯାତ୍ରା କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିବାବେଳେ କାଲି ରାୟର ପୁନର୍ବିଚାର ନିମନ୍ତେ ଶଙ୍କରାଚାର୍ୟ୍ୟ ବି ଅନୁରୋଧ କରିଥିଲେ । କେତେକ ବ୍ୟକ୍ତି ସୁପ୍ରିମକୋର୍ଟରେ ପିଟିସନ ମଧ୍ୟ ଫାଇଲ କରିଥିଲେ । ଆଜି ମଧ୍ୟ ୨ ପିଟିସନ ଦିଆଯାଇଛି । କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ପୁରୀକୁ ସଟଡାଉନ କରି ରଥଯାତ୍ରା କରାଯାଉ ବୋଲି ସୁପ୍ରିମକୋର୍ଟଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ।


