ଡ଼ାକ୍ତରଖାନାରେ ଅସୁସ୍ଥ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ସାଂସଦ ବୃନ୍ଦ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଆକ୍ରମଣରେ ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଭେଟି ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ମଣ୍ଡଳର ଅନେକ ଗୁରୁତ୍ତ୍ୱପୂର୍ଣ ବିଭାଗର ମନ୍ତ୍ରୀମାନେ ଓ ଓଡ଼ିଶାର ସାଂସଦ ବୃନ୍ଦ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି। ସବୁଠାରୁ ତାତ୍ପର୍ଯ୍ୟର ବିଷୟ ଥିଲା ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସାକ୍ଷାତ। ଶ୍ରୀଯୁକ୍ତ ସିଂହ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀଙ୍କୁ ସାକ୍ଷାତ କରିବା ସମୟରେ କହିଥିଲେ ବାଲେଶ୍ଵରର ଜନପ୍ରିୟ ସାଂସଦ ନିଜ କ୍ଷେତ୍ରର ଉନ୍ନୟନ ପାଇଁ ଝାଳ ବୁହାଉଥିବା ବେଳେ ଆଜି ବାବାସାହେବଙ୍କ ସମ୍ମାନ ରକ୍ଷା ପାଇଁ ସଂସଦରେ ରକ୍ତ ଝରାଇଲେ। ଷଡ଼ଙ୍ଗୀ ଜୀଙ୍କ ଏହି ରକ୍ତ ବୃଥା ଯିବ ନାହିଁ। ସଂସଦୀୟ ଇତିହାସରେ ଓ ସମ୍ବିଧାନର ସୁରକ୍ଷାରେ ଏହା ଚିର ସ୍ମରଣୀୟ ହୋଇ ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ