ଡ଼ାକ ପାର୍ଶାଲ ଲେଖା ଟ୍ରକ୍ ରେ ଗୋ ମାଂସ ଚାଲାଣ
ନିମାପଡ଼ା, ( ସନ୍ତୋଷ ଦାଶ) :ପୁରୀ ଜିଲ୍ଲା ର ନିମାପଡା ଓ କାକଟପୁର ଅଞ୍ଚଳରେ ଥିବା ମୁସଲମାନ ବସ୍ତି ମାନଙ୍କରେ ଅବାଧ ରେ ଗୋରୁ ମାଂସ କଟାଯାଇ ଡ଼ାକ ପାର୍ଶଲ ଲେଖାଥିବା ଟ୍ରକ୍ ରେ ବେଧଡକ ଭାବେ କଲିକତା ପଠାଯାଉଥିବା ଜଣାପଡିଛି l ଏହାକୁ ନେଇ ଏହି ଅଞ୍ଚଳ ରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର କୁସୁମାଠେଙ୍ଗ ବସ୍ତି, କାକଟପୁର ନିକଟସ୍ଥ ଲତାହରଣ ବସ୍ତି, ବାଉରିଆକଣ ରାସ୍ତାର ରସୁଲପୁର ବସ୍ତି, ବାଙ୍କେଶ୍ୱର ବସ୍ତି ରେ ଦିନ ଦ୍ବିପ୍ରହରରେ ସେହି ବସ୍ତିର କିଛି ବ୍ୟକ୍ତି ନିଆଳି ଅଞ୍ଚଳରୁ କଂସେଇ ମାନଙ୍କୁ ଆଣି ଛୋଟ ବଡ଼ ବାଛୁରୀ, ଗର୍ଭ ବତୀ ଗାଈ, ଛଡା, ବଳଦ, ଷଣ୍ଢ ପ୍ରଭୃତି ଗୋମାତା ମାନଙ୍କୁ ଅତି ନୃଶଂସ ଭାବେ କାଟି ତାକୁ ବିଳମ୍ବିତ ରାତ୍ରରେ ଦୈନଦିନ କାକଟପୁର ଥାନା , ନୟାହାଟ ଫାଣ୍ଡି, ଚାରିଛକ ଫାଣ୍ଡି ଆଗ ମୁଖ୍ୟ ରାସ୍ତାରେ ଟ୍ରକ, ପିକପ ଭ୍ୟାନ, ଟାଟା ଏସି ପ୍ରଭୃତି ଗାଡ଼ିରେ ନିଆଳି ଦେଇ କଲିକତା ଅଞ୍ଚଳକୁ ଚାଲାଣ କରୁଥିବା ଅଭିଯୋଗ ହେଉଛି l ବାଙ୍କେଶ୍ୱର ବସ୍ତିର ଜୈନିକ ବ୍ୟକ୍ତି ଘର ଆଗରେ ଦୁର୍ବୁତ୍ତ ମାନେ ଗୋମାଂସ କାଟି ପକାଇବା ଓ ବ୍ୟକ୍ତି ଜଣକ ପ୍ରତିବାଦ କରିବାରୁ ତୋତେ କାଟି ଗୋମାଂସ ସାଙ୍ଗରେ ବାହାରକୁ ଚାଲାଣ କରିଦେବୁ କହି ବିଭିନ୍ନ ଧମକ ଚମକ ଦେବାରେ ବ୍ୟକ୍ତି ଜଣକ ଭୟଭିତ ହୋଇ ନିଜ ଜୀବନ ପ୍ରତି ବିପଦ ଥିବାରୁ କାକଟପୁର ଥାନାର ଦ୍ଵାରସ୍ଥ ହେବା ସହ ଲିଖିତ ଏତେଲା ଦେଇଛନ୍ତି l ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ନିମାପଡା ପୋଲିସ ଉପ ଆରକ୍ଷୀ ଅଧିକ୍ଷକ ତୁରନ୍ତ ଏ ଦିଗରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ରାଜ୍ୟ ଦୁର୍ନୀତି ସଙ୍ଘର୍ଷ ମଞ୍ଚ, ବିଶ୍ଵହିନ୍ଦୁ ପରିଷଦ, ବରିଷ୍ଠ ନାଗରିକ ମଞ୍ଚ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ, ଗୋ ସୁରେକ୍ଷା ମଞ୍ଚ, ବଜରଙ୍ଗ ଦଳ ପକ୍ଷରୁ ଦୃଢ଼ ଦାବି ହୋଇଛି l ଏଠାରେ ସୂଚନା ଯୋଗ୍ୟ କି କିଛି ବଳଦ ଗାଈ କଟା ହେଉଥିବା ବେଳେ ଆଉ କେତେକ ବନ୍ଧା ହୋଇ ଅତି ବିକଳରେ ଅନାଇଛନ୍ତି ତାଙ୍କ ମରଣ ବେଳା କେତେ ବେଳେ ଆସିବ l କିଛି ଗୋମାଂସ ବ୍ୟବସାୟୀ ପୁରୀ ଜିଲ୍ଲା ର ଅସ୍ତରଙ୍ଗ, କାକଟପୁର, ଗୋପ, ନିମାପଡା, କଟକ ଜିଲ୍ଲାର ନିଆଳି, ଜଗତସିଂପୁର ଜିଲ୍ଲାର ନାଉଗାଁ, ଶିଖର ପ୍ରଭୃତି ସ୍ଥାନ ରୁ ପିକପ ଭ୍ୟାନ, ଟାଟା ଏସି ଗାଡି ରେ ଗୋରୁ ଆଣି ଉପରୋକ୍ତ ସ୍ଥାନ ମାନଙ୍କରେ ଥିବା ଖୋଲା ପଡ଼ିଆ ରେ ବାନ୍ଧି ରଖୁଛନ୍ତି । ବିଳମ୍ୱିତ ରାତି ରେ ଏଠାରେ ଗୋରୁ ମାନଙ୍କୁ ହତ୍ୟା କରାଯାଇ ମାଂସ ଗୁଡ଼ିକୁ ପଲଥିନ ଯୋଗେ ପ୍ୟାକ କରାଯାଇ ବଡ଼ବଡ଼ ଟ୍ରକ୍ ଯାହା ପଛରେ ଡ଼ାକ ପାର୍ଶଲ୍ ଲେଖାଯାଇଛି ସେଥିରେ କଲିକତା ଚାଲାଣ କରାଯାଉଛି । ସର୍ବ ସମ୍ମୁଖ ରେ ଏପରି ଅମାନବୀୟ ଘଟଣା କରା ଯାଉ ଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଏହାକୁ ବିରୋଧ କରିବାକୁ ପ୍ରସ୍ତୁତି ଚାଲିଥିବା ଖବର ମିଳିଥିବାରୁ ଯେ କୌଣସି ସମୟରେ ଏହି ଘଟଣା କୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି । ଏଣୁ ଜିଲ୍ଳା ପୋଲିସ ଓ ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦିଆଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣ ରେ ଦାବି ହେଉଛି ।