ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ
ଭୁବନେଶ୍ୱର,( ଯୁଗାବ୍ଦ ନୁ୍ୟଜ୍) : ଗ୍ରାମ୍ୟ ଉନ୍ନୟନ ବିଭାଗର ଇଲେକ୍ଟି୍ରକାଲ ଡ଼ିଏଲ୍ଆରମାନେ ଆଜକୁ ଦୀର୍ଘ ୨୬ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉନଥିବା ବେଳେ ସେମାନଙ୍କର ୬ମାସର ଦରମା ନ ମିଳିବାରୁ ସଂଘ ପକ୍ଷରୁ ଆସନ୍ତା ତା ୧୨.୯.୨୦୧୯ରିଖ ଦିନ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀଯୁକ୍ତ ଶୈଳେନ୍ଦ୍ର ନାଥ ମହାନ୍ତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ କରାଯିବାକୁ ଗ୍ରାମ୍ୟ ଉନ୍ନୟନ ଇଲେକ୍ଟି୍ରକାଲ ଡ଼ିଏଲ୍ଆର ସଂଘ ପକ୍ଷରୁ ସଭାପତି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିକ୍ରମ କେଶରୀ ବର୍ମା, ଉପସଭାପତି ମହମ୍ମଦ ଅଲ୍ଲୀ ଓ ସାଧାରଣ ସମ୍ପାଦକ ଜାକିର୍ ଖାଁ ଏକ ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ।
ପ୍ରକାଶଥାଉକି ତା ୧୨.୯.୧୯୯୩ରିଖ ପରେ ନିଯୁକ୍ତ ପାଇଥିବା ଡ଼ିଏଲ୍ଆରମାନଙ୍କୁ ରେଗୁଲାରରୁ ବଞ୍ଚôତ କରିଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚ୍ଚିବ ତା ୬.୧୧.୨୦୧୩ରିଖରେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିିଠି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନ କରି ଦରମା ବନ୍ଦ କରିଦେଇଛନ୍ତି । । ଜନପ୍ରିୟ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଏକ ସୁଚିନ୍ତିତ ଚକ୍ରାନ୍ତ । ତେଣୁ ଏହା ବିରୁଦ୍ଧରେ ତା ୧୨.୯.୨୦୧୯ରିଖରେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ କରାଯିବ । ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓ ଗ୍ରାମ୍ୟ ଉନ୍ନୟନ ଶାସନ ସଚ୍ଚିବଙ୍କୁ ସଂଘ ପକ୍ଷରୁ ବିନମ୍ର ନିବେଦନ କରାଯାଉଛି ।