ଡ଼ିଏସଆର ଡ୍ୟାନ୍ସ ଇନ୍ଷ୍ଟିଟ୍ୟୁଟର ବାର୍ଷିକ ଉତ୍ସବ ପାଳିତ, ମୁଖ୍ୟ ଆକର୍ଷଣ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ମୁଖ୍ୟ ଟି କ୍ରିଷ୍ଣା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭଵନ ପରିସରରେ ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଡ଼ିଏସଆର ଡ୍ୟାନ୍ସ ଅନୁଷ୍ଠାନର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ସାସଂସ୍କୃତିକ ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ ଥିଲେ ବ୍ରହ୍ମପୁର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ର ମୁଖ୍ୟ ତଥା ଅଭିନେତା ଟି. କ୍ରିଷ୍ଣା ମୋହନ ରେଡ୍ଡୀ l ଏହି କାର୍ଯ୍ୟକ୍ରମ ରେ ସେ ଯୋଗ ଦେଇ କୁନି କୁନି କଳାକାର ମାନଙ୍କୁ ଉତ୍ସlହିତ କରିଥିଲେ l ଏହା ସହିତ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ କଳା ଓ ସଂସ୍କୃତି କୁ ବଞ୍ଚାଇ ରଖିବା ଦିଗରେ ଡ଼ି ଏସ ଆର ଡ୍ୟାନ୍ସ ଇନ୍ଷ୍ଟିଟ୍ୟୁଟ ର ଭୂମିକା ରହିଥିବାରୁ ଅନୁଷ୍ଠାନର କର୍ମକର୍ତା ମାନଙ୍କୁ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ ପରିଡା ଓ ଛତ୍ରପୁର କାର୍ମେଲ ସ୍କୁଲର ପ୍ରିନ୍ସିପାଲ ସିଷ୍ଟର ଡୋରନ ଯୋଗ ଦେଇଥିଲେ l ଏହି ଅବସରରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ କାନ୍ହୁ ରାଉତ ସଂଯୋଜନା କରିଥିବା ବେଳେ ଡ଼ି ଏସ ଆର ଡ୍ୟାନ୍ସ ଇନ୍ଷ୍ଟିଟ୍ୟୁଟ ର ଉପଦେଷ୍ଟl ପ୍ରଶାନ୍ତ କୁମାର ପଟ୍ଟନାୟକ, ନୃତ୍ୟ ନିର୍ଦ୍ଧେଶକ ଏମ. ରବୀନ୍ଦ୍ର କୁମାର ରେଡ୍ଡୀ ଏବଂ ନୃତ୍ୟ ଶିକ୍ଷକ ଗୌତମ ନାୟକ ପରିଚାଳନା କରିଥିଲେ l ଏହି ଅବସରରେ ବିଭିନ୍ନ କଳାକାର ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଅନୁଷ୍ଠାନର ବହୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ