“ଡ଼ିଟକ୍ସ ଦି ମାଇଣ୍ଡି’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାୱନ କ୍ରିପାଲ ରୁହାନି ମିଶନ ଓ ୱାର୍ଲଡ଼ କାଉନସିଲ୍ ଅଫ ରିଲିଜିୟସର ଅଧ୍ୟକ୍ଷ ସନ୍ଥ ରାଜିନ୍ଦର ସିଂ ଜୀ ମହାରାଜଙ୍କ ଦ୍ୱାରା ଲିଖିତ ପୁସ୍ତକ ମନ୍ କା ଶୁଦ୍ଧିକରଣ (ଡ଼ିଟକ୍ସ ଦି ମାଇଣ୍ଡି) ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଛି । ଆର୍ଯ୍ୟଭୂମି ଭାରତବର୍ଷରେ ଜନ୍ମଗ୍ରହଣ କରି ଜଣେ ବୈଜ୍ଞାନିକ ଭାବେ ଅନେକ ଜ୍ଞାନ ଅର୍ଜନ କରିଛନ୍ତି ।ଉଭୟ ଆଧ୍ୟାତ୍ମିକ ଜ୍ଞାନ ଏବଂ ବିଜ୍ଞାନରେ ତାଙ୍କର ତୀକ୍ଷ୍ଣ ଅଭିଜ୍ଞତା ରହିଛି । ମହାରାଜଜୀଙ୍କ ଦ୍ୱାରା ଲିଖିତ ପୁସ୍ତକ ୫୬ଟି ଭାଷାରେ ଅନୁବାଦ ହେଉଛି । ତାଙ୍କର ଅମୃତବାଣୀ ସାରା ବିଶ୍ୱରେ ବିଭିନ୍ନ ଟିଭି, ରେଡ଼ିଓ ଏବଂ ଇଣ୍ଟରନେଟ୍ ମାଧ୍ୟମରେ ପ୍ରସାରିତ ହେଉଅଛି । ପ୍ରେମର ଅନବରତ ଯାତ୍ରା ଏବଂ ସ୍ୱାର୍ଥହୀନ ସେବାର ସମଷ୍ଟି ହିଁ ଜୀବନ ଅଟେ । ଡ଼ିଟକ୍ସ ଦି ମାଇଣ୍ଡି ପୁସ୍ତକ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ାକ୍ଟର ଗଣେଶୀ ଲାଲ୍ ରାଜଭବନରେ ଲୋକାର୍ପିତ କରିଥିଲେ । ପୁସ୍ତକଟି ଲୋକମାନଙ୍କର ମାନସିକ ସୁସ୍ଥ ଓ ଶାନ୍ତି ଦିଗରେ ଅନେକ ପ୍ରେରଣାଦାୟୀ ବୋଲି ମହାମହିମ ରାଜ୍ୟପାଳ ମତବ୍ୟକ୍ତ କରିଥିଲେ । ଓଡ଼ିଶାର ଶାଖା ମୁଖ୍ୟ ଦେବାନନ୍ଦ ନାଏକ, କିଶୋର ନାଏକ, ସ୍ମୃତିରଞନ ଧଳ, ରଶ୍ମୀତା ନାଏକ, ସୌମ୍ୟରଞ୍ଜନ ପଟେଲ ପ୍ରମୁଖ ଉପସ୍ଥିତ ରହି ପୁସ୍ତକଟି ଲୋକାର୍ପିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ