ଡ଼ିମିରିପଲି ଗ୍ରାମ ର ଛକ ଠାରେ ବାଇକ ଦୁର୍ଘଟଣାରେ 2 ଜଣ ଗୁରୁତର
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଥାନା ଅନ୍ତର୍ଗତ ଡ଼ିମିରିପଲି ଗ୍ରାମ ର ଛକ ଠାରେ ବାଇକ ଦୁର୍ଘଟଣାରେ 2 ଜଣ ଗୁରୁତର ହୋଇଛନ୍ତି l ସୂଚନା ଅନୁଯାୟୀ ମାଧବରିଡା ଗ୍ରାମ ର ଲାଲୁ ନାୟକ ଙ୍କ ପୁତ୍ର ପପୁ ନାୟକ, ବୟସ -29 ଓ ବବି ବାରିକ ଙ୍କ ପୁତ୍ର ବଳରାମ ବାରିକ, ବୟସ -20 କୌଣସି କାମ ରେ ଏକ ବାଇକ ରେ ଭଞ୍ଜନଗର ଆସି ନିଜ ଗାଁ କୁ ଫେରୁଥିବା ବେଳେ ଡ଼ିମିରିପଲି ଗାଁ ଛକ ଠାରେ ଭରସମ୍ୟ ହରାଇବାରୁ ବାଇକ ଦୁର୍ଘଟଣା ଘଟି ପପୁ ଓ ବଳରାମ ଉଭୟ ଗୁରୁତର ହୋଇଛନ୍ତି l ସ୍ଥାନୀୟ ଲୋକଙ୍କ ଖବର ପାଇ ଦମକଳବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ସେ ଦୁଇ ଜଣ ଙ୍କୁ ଦମକଳ ଗାଡି ରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ନିଆଯାଇଥିଲା l ସେଠାରେ ପପୁ ଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ବଳରାମ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ଡାକ୍ତର ଙ୍କ ଦ୍ୱାରା ତାଙ୍କୁ ବ୍ରହ୍ମପୁର ଏମ କେ ସି ଜି ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଏହି ଘଟଣା ର ତଦନ୍ତ କରୁଛି l


