ଡାକଘର ଚାଦାରୁ ଖସିଲା ପ୍ଲାଷ୍ଟର ,କର୍ମଚାରୀ ଭୟଭୀତ

ଭଞ୍ଜନଗର,(ଯୁଗାବ୍ଦ ନୁ୍ୟଜ୍) : ଭଞ୍ଜନଗର ସହରର ଅବସ୍ଥିତ ମୁଖ୍ୟ ଡାକଘର ପଛପଟ କୋଠାରୁ ପ୍ଲାଷ୍ଟର ଖସି ଝୁଲନ୍ତା ଅବସ୍ଥାରେ ରହିଛି । ଉପରୁ ତାଜାର ପ୍ଳାଷ୍ଟର ଖସି ତଳେ ପଡିବାରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଡାକଘରେ କାର୍ଯ୍ୟରତ ଥିବା କର୍ମଚାରୀ ଓ ଗ୍ରାହକ ଭୟଭୀତ ହୋଇଯାଇଥିଲେ । ପୁରାତନ କୋଠା ହୋଇଥିବାରୁ ଏଭଳି ଘଟଣା ଘଟିଛି । ବିପଦ ଆଶଙ୍କା ରହିଥିବାରୁ ସ୍ଥାନୀୟ ଡାକଘର ମୂଖ୍ୟ ଅଧିକାରୀ ,ଆସିକା ମୂଖ୍ୟ ଡାକଘର ମଣ୍ଡଳୀ ଏସ୍ପିଙ୍କୁ ଜଣାଇବା ସହ ତୁରନ୍ତ ମରାମତି କରିବାକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ