ଡାକ୍ତରଖାନାରେ ଭର୍ତି ହେଲେ ସଚିନ ତେନ୍ଦୁଲକର
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସଚିନ କରୋନ ସଂକ୍ରମିତ ହୋଇଥିଲେ । ସଚିନ ଟ୍ୱିଟ୍ କିର ଡାକ୍ତରଖାନରେ ଭର୍ତି ହୋଇଥିବା ସୂଚନା ଦେଇଛନ୍ତି । ସଚିନ ଟ୍ୱିଟ୍ କରି କହିଛନ୍ତି, ଡାକ୍ତରଙ୍କ ପରାମର୍ଶ କ୍ରମେ ମୋତେ ଡାକ୍ତରଖାନାରେ ଭର୍ତି କରାଯାଇଛି । ଡାକ୍ତରଖାନାରୁ ସୁସ୍ଥା ହେବା ପରେ ମୁଁ ଶୀଘ୍ର ଫେରି ଆସିବି । ଏଥି ସହ ସଚିନଙ୍କ ପରିବାର ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ସେ ଦୁଇଦିନ ପରେ ଡାକ୍ତରଖାନାରୁ ଘରକୁ ଆସିବେ । ତାଙ୍କୁ ଡାକ୍ତରଙ୍କ ତତ୍ୱାବଧାନରେ ରଖାଯାଇଛି । ଡାକ୍ତରମାନେ କହିଛନ୍ତି ଯେ, ଚିନ୍ତାର କୌଣସି କାରଣ ନାହିଁ । ବିଶ୍ୱକପ୍ ୨୦୧୧ ଟାଇଟଲ ଜିତିବାର ୧୦ ବର୍ଷ ପୂରଣ କରି ସଚିନ ଦେଶବାସୀ ଏବଂ ସାଥି ମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ସଚିନ ଟ୍ୱିଟ୍ କରି କହିଛନ୍ତି ଯେ, ବିଶ୍ୱ ଚାମ୍ପିଅନ ହେବାର ଦଶମ ବାର୍ଷିକୀରେ ସମସ୍ତ ଭାରତୀୟ ଏବଂମୋର ସାଥୀମାନଙ୍କୁ ଅଭିନନ୍ଦନ । ଉଲ୍ଲେଖନୀୟ କଥା ହେଉଛି ମାର୍ଚ୍ଚ ୨୭ରେ ସଚିନ ତେନ୍ଦୁଲକର କରୋନା ଜୀବାଣୁ ସଂକ୍ରମିତ ହୋଇଥିଲେ । ସେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ପରେ ସଚିନ ନିଜେ ଘରୋଇ ପୃଥକୀକରଣରେ ରହିଥିଲେ ।


