ଡାକ୍ତରଖାନାର ୨୫ ଜଣ କର୍ମଚାରୀ କରୋନା ପଜିଟିଭ୍
ମୁମ୍ବାଇ : ମୁମ୍ବାଇର ଏକ ହସ୍ପିଟାଲ୍ର ୨୫ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ଏହି ସମସ୍ତଙ୍କୁ ହସ୍ପିଟାଲରେ ଆଇସିୟୁରେ ରଖାଯାଇଛି । ତେବେ ସମସ୍ତଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ଏହି ସମସ୍ତ କର୍ମଚାରୀ ନିକଟରେ ଜଣେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସିଥିଲେ। ଏହି କର୍ମଚାରୀଙ୍କ ମଧ୍ୟରୁ ଯେଉଁମାନେ ହାଇ ରିସ୍କ୍ କଣ୍ଟାକ୍ଟସ୍ରେ ଆସିଛନ୍ତି ସେମାନଙ୍କୁ ହସ୍ପିଟାଲ୍ରେ କ୍ବାରେଣ୍ଟିନ୍ରେ ରଖାଯାଇଛି । ସେହିପରି ଲୋ – ରିସ୍କ କଣ୍ଟାକ୍ଟସ୍ ଆସିଥିବା କର୍ମଚାରୀଙ୍କୁ ହୋମ କ୍ବାରେଣ୍ଟିନ୍ରେ ରଖାଯାଇଛି । ଦେଶରେ ସବୁଠୁ ଅଧିକ କରୋନା ମାମଲା ମହାରାଷ୍ଟ୍ରର ହିଁ ଆସିଛି । ମହାରାଷ୍ଟ୍ରରେ ୧୯୮୫ ଜଣ କରୋନା ସଂକ୍ରମିତ ରହିଥିବାବେଳେ ୧୪୯ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୪ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୯୩୫୨ରେ ପହଞ୍ଚିଛି ।