ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣାରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ରୋଗୀମୃତ୍ୟୁ ହୋଇଥିବା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ସଦର ଥାନା ଅନ୍ତର୍ଗତ ଅନୁଆପଡା ଗ୍ରାମର ସୁନାମଣି ରାଉତଙ୍କ ପୁଅ ବିଭୁତିଭୂଷଣ ରାଉତ ଅଭିଯୋଗ କରିଛନ୍ତି ଯେ ତାଙ୍କ ମା’ ସୁଲୋଚନା ରାଉତ ଥଣ୍ଡାଜ୍ୱରରେ ଆକ୍ରାନ୍ତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୫ତାରିଖରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଅବହେଳାରୁ ଆବଶ୍ୟକ ଚିକିତ୍ସା ନପାଇବାରୁ ସୁଲୋଚନାଙ୍କ ଗତ ୨୬ତାରିଖ ସକାଳେ ମୃତ୍ୟୁ ହୋଇଯାଇଥିବା ବିଭୁତି ଅଭିଯୋଗ କରିଛନ୍ତି । ତେଣୁ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭୁତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ