ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଓ ଦୁର୍ବ୍ୟବହାର ପ୍ରତିବାଦରେ ଗ୍ରାମବାସୀଙ୍କ ଉତ୍ତେଜନା ବିକ୍ଷୋଭ ପ୍ରଦର୍ଶନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଓ ରୋଗୀ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଗୁରୁବାର ସକାଳୁ ଖଲିଙ୍ଗି ଗ୍ରାମବାସୀ ମାନେ ମେଡିକାଲ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସକାଶେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଜରିଆରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ସକାଳୁ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମ ଜଣେ ୮ ବର୍ଷର ବାଳକ ରାସ୍ତା ପାର ହେଉଥିବା ବେଳେ ଏକ ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇଥିଲା । ଏହାପରେ ନିଜ ସମ୍ପର୍କୀୟ ଓ ଗ୍ରାମବାସୀ ମିଶି ବାଳକ କୁ ରକ୍ତାକ୍ତ ଅବସ୍ଥାରେ ଆଡପଡା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଦାୟିତ୍ଵରେ ଥିବା ଡ଼ାକ୍ତର ସତୀଶ କୁମାର ପାତ୍ର ନଥିଲେ । ଏହାପରେ କିଛି ଯୁବକ ଡାକ୍ତର ରହୁଥିବା କକ୍ଷକୁ ଯାଇ ଡାକିଥିଲେ ମଧ୍ୟ ଡାକ୍ତର ଜଣକ ବିଳମ୍ବରେ ଆସିଥିଲେ ଏବଂ ବାଳକ ର ଚିକିତ୍ସାରେ ଅବହେଳା କରୁଥିବା ନେଇ ପଚାରିବାରୁ ଡାକ୍ତର ଜଣକ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ରୁ ଉତ୍ତେଜନା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଗ୍ରାମବାସୀ । ଯାହାଫଳରେ ଗ୍ରାମବାସୀମାନେ ଧାରଣା ଦେଇଥିଲେ । ତେବେ ଆଜି ସାନଖେମୁଣ୍ଡି ଗସ୍ତରେ ଆସିଥିବା ଗଞ୍ଜାମ ଜିଲ୍ଲାପାଳଙ୍କୁ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଅଟକାଇ ଡକ୍ଟର ଙ୍କ ବିରୋଧର ଅଭିଯୋଗ କରିଥିଲେ। ଜିଲ୍ଲାପାଳ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ । ଡକ୍ଟର ଙ୍କ ବିରୋଧର ଶୃଂଖଳା ଗତ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ। ଗୁରୁତର ବାଳକ ଅବସ୍ଥା ସଂକଟାପନ୍ନ ଥିବାରୁ ଉନ୍ନତ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ପଠାଇ ଦେଇଥିଲେ । ଏନେଇ ମେଡ଼ିକାଲ ଇଞ୍ଚାର୍ଜ ଡ଼ା ବାହାନ ଦାସ ଙ୍କୁ ପଚାରିବାରୁ ସେ କହିଲେ ଅଭିଯୋଗ ସତ୍ୟ, ଏଭଳି ବ୍ୟବହାର କାର୍ଯ୍ୟରେ ଅବହେଳା ଡ଼ା ପାତ୍ର କରୁଥିବା ସ୍ବୀକାର କରିଛନ୍ତି।ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ମୁନା ନାହାକ ,କୃଷ୍ଣଚନ୍ଦ୍ର ରାଉତ , ଭିକାରୀ ପ୍ରଧାନ,ସୁଶାନ୍ତ ନାହାକ , ସାଗର ଲେଙ୍କା , କାହ୍ନୁ ନାହାକ , ଲିଟୁ ନାହାକ , ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।