ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ
ଯାଜପୁର , (ଯୁଗାବ୍ଦ ନ୍ୟୁଜ) : ଯାଜପୁର ମୁଖ୍ୟ ଡାକ୍ତରଖାନାରେ୍ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣଆ । ତୃଟିପୁର୍ଣ୍ଣ ଚିକିତ୍ସା କାରଣରୁ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ହୋଇଥିବା ନାବାଳିକା ହେଲେ ନୀଳମଣି ବରାଳଙ୍କ ଝିଅ ପୁଜାରାଣୀ ବରାଳ । ଶୁକ୍ରବାର ପୁଜା ନିଜ ବାତରୋଗର ଚିକିତ୍ସା ପାଇଁ ଯାଯପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ଡାକ୍ତ ଦେଇଥିବା ଇଞ୍ଜେକ୍ସନର ପାଶ୍ୱର୍ ପ୍ରତିକ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅନ୍ୟପଟେ ଶବ ବ୍ୟବଚ୍ଛେଦ ନକରି ଡାକ୍ତରଖାନା କର୍ତ୍ତୁପକ୍ଷ ଜୋର ଜବରଦସ୍ତ ଘରକୁ ପଠାଇ ଦେଇଥିଲେ । ଏହି ଘଟଣରେ ଉତ୍ତେଜିତ ହୋଇ ସ୍ଥାନୀୟ ଗ୍ରାମବାସୀମାନେ ଦୋଷୀ ଡାକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଏହି ଘଟଣା ସମ୍ପର୍କରେ ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ।