ଡାକ୍ତରମାନଙ୍କୁ ଆକ୍ରମଣ ନେଇ ଓସ୍ମା ଖାଶା ପକ୍ଷରୁ ନିନ୍ଦା
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ପୁଣୀ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ । ଅଗଷ୍ଟ ୧୫ ତାରିଖ ଦିନ ମୃତ ଶିଶୁକୁ ମୃତ ଘୋଷଣା କରାଯାଇଥିବାରୁ ମେଡିକାଲର ଡାକ୍ତର ସସ୍ମିତ ସିଂ ଓ ଡାକ୍ତର ଗଣେଶ ଚନ୍ଦ୍ର ପାଳ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବାଲେଶ୍ୱର ଓସମା ଖାଶା ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ବିଭିନ୍ନ ସମୟରେ ଆକ୍ରମଣର ଶୀକାର ହେଉଧଥିବାରୁ କର୍ମଚାରୀ ଓ ଡାକ୍ତର ମାନେ ନିର୍ଭୟର ସହ କାମ କରିପାରୁନାହାନ୍ତି । ଆକ୍ରମଣ କାରୀ ମାନଙ୍କ ଉପରେ ଆଇନ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଓସ୍ମା ବାଲେଶ୍ୱର ଶାଖାର ସଭାପତି ଡ. ଗିରିଶ ଚନ୍ଦ୍ର ପତି, ସମ୍ପାଦକ ଡ. ଶଶାଙ୍କ ଶେଖର ଚୌଧୁରୀ ଏବଂ ରାଜ୍ୟ ସହସମ୍ପାଦକ ଡ. କ୍ଷିରୋଦ ଚନ୍ଦ୍ର ପାଳ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।