ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ବଜରଙ୍ଗୀ ଦଳ ପକ୍ଷରୁ ଶୋଭାଯାତ୍ରା ଓ ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ପଶ୍ଚିମବଙ୍ଗ କୋଲକତାର ଆର.ଜି. କର ହସ୍ପିଟାଲରେ ଅଗଷ୍ଟ ୯ ରେ କାର୍ଯ୍ୟରତ ଡାକ୍ତରୀ ଛାତ୍ରୀଙ୍କୁ ଯେପରି ଭାବେ ଶାରୀରିକ ନିଯ୍ୟାତନା ଦେଇ ନିର୍ମମ ଭାବେ ହତ୍ୟା କରାଯାଇଛି ତାକୁ ଦୃଢ ଭାବେ ସବୁ ବର୍ଗର ଜନସାଧାରଣ ଓ ସଙ୍ଗଠନ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ବଜରଙ୍ଗଦଳ ଓ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ନ୍ୟାୟ ପାଇଁ ଦାବି କରାଯାଇଛି । ବଜରଙ୍ଗ ଦଳ ଓ ବିଭିନ୍ନ ସଙ୍ଗଠନର କର୍ମୀମାନେ ସୋମବାର ଅପରାହ୍ନରେ ବ୍ଳକଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ହାତରେ ପ୍ଳାଏ କାର୍ଡ ଧରି ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ନାରା ଦେଇ ନାଉଗାଁ ଥାନାରେ ପହଂଚିଥିଲେ । ଡାକ୍ତରୀ ଛାତ୍ରୀଙ୍କ ପ୍ରତି ପଶ୍ଚିମବଙ୍ଗ ସରକାର ଯେପରି ଟାଲଟୁଳ ନିତି ଅବଲମ୍ବନ କରୁଛନ୍ତି ତାହା ନିନ୍ଦନୀୟ ଅଟେ । ତାଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ କରିବା ସରକାରଙ୍କ ପ୍ରଥମ କର୍ତବ୍ୟ । ନାରୀମାନଙ୍କୁ ସୁରକ୍ଷା ଦେବା ସହିତ ପୁନର୍ବାର ଯେପରି ଏପରି ଜଘଂନ୍ୟ କାଣ୍ଡ ନ ଘଟେ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ଏକ ଦାବିପତ୍ର ଦଳ ପକ୍ଷରୁ ଥାନାଧିକାରି ସଂଘମିତ୍ରା ନାୟକଙ୍କୁ ପ୍ରଦାନ କରାଯାଇଥିଲା ।ଉକ୍ତ ଦାବିପତ୍ରକୁ ଏସଆଇ ରଘୁନାଥ ଟୁଡୁ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଲୁରାମ ଜେନା, ଜ୍ଞାନରଂଜନ ଜେନା, ରାଜପ୍ରସାଦ ମହାନ୍ତି, ଆକାଶ କୁମାର ଜେନା, ପିଙ୍କୁ ସ୍ୱାଇଁ, ଆଦର୍ଶ ବିଶ୍ୱାଳ ଆଦି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ