ଡାକ୍ତର ଅକ୍ଷୟ ରାଉତଙ୍କ ବିୟୋଗରେ ପୂର୍ବତନ ବିଧାୟକ କିଶୋରଙ୍କ ଗଭୀର ଶୋକ ପ୍ରକାଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ କୁମାର ରାଉତଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ଗଭୀର ଶୋକବ୍ୟକ୍ତ କରିଛନ୍ତି । ପୂର୍ବତନ ବିଧାୟକ ଶ୍ରୀ ତରାଇ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଡାକ୍ତର ରାଉତଙ୍କର ଜଣେ ସୁନାମଧନ୍ୟ ତଥା ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଭାବରେ ଖ୍ୟାତି ରହିଥିଲା । ଝାଡଖଣ୍ଡ ରାଜ୍ୟର ଟାଟାନଗର ଠାରେ ସେ ଗରୀବ ପରିବାରର ଶିଶୁମାନଙ୍କୁ ବିନା ଫିସରେ ଚିକିତ୍ସା କରୁଥିଲେ । ସେ ଜାମସେଦପୁର ଠାରେ ମଧ୍ୟ ଜଣେ ସୁନାମଧନ୍ୟ ଶିଶୁରୋଗ ବିଶେଷଜ୍ଞ ଭାବରେ ସାଧାରଣରେ ପରିଚିତ ହାସଲ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡାକ୍ତର ରାଉତ ଜଣେ ମେଳାପି ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ପରିଚିତ ଥିଲେ । ଭୂବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଗତ ସୋମବାର ପରଲୋକ ହୋଇଯାଇଛି । ଜଣେ ଶିଶୁରୋଗ ବିଶେଷଜ୍ଞ ଭାବରେ ଖ୍ୟାତି ଅର୍ଜ୍ଜନ କରିଥିବା ଡାକ୍ତର ରାଉତଙ୍କ ବିୟୋଗରେ ପୂର୍ବତନ ବିଧାୟକ ଶ୍ରୀ ତରାଇ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ