ଡାକ୍ତର ଅଭାବକୁ ନେଇ ଉଦବେଗ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୨୦୨୧/୨୨ର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡିଓ ବିନୀତା ବିଜୟିନୀ, ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକ, ସିଡିପିଓ ସରସ୍ୱତୀ ସେଠୀ, ଜିଲ୍ଲା ପରିଷଦ ସଦସ୍ୟା ପ୍ରଣତୀ ଦେଓ, ସରପଞ୍ଚ ଶ୍ରୀଧର ବେହେରା, ଆୟୁଷ ଡାକ୍ତର ସଂଗ୍ରାମ କେଶରୀ ବ୍ରହ୍ମ, ବରିଷ୍ଠ ଆଇନିଜିବୀ ରଙ୍ଗାଧର ମଲ୍ଲିକ ପ୍ରମୁଖ ଯୋଗଦେଇ ଡାକ୍ତରଖାନାର ଉନ୍ନତି କରଣ, ଆନୁଷଙ୍ଗିକ ଯନ୍ତ୍ରପାତି କ୍ରୟ, ସୌନ୍ଦର୍ଯ୍ୟକରଣ, ବର୍ଯ୍ୟବସ୍ତୁର ସଠିକ ପରିଚାଳନା, କୋଭିଡ ଟୀକାକରଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଡାକ୍ତରଖାନାରେ ଆବଶ୍ୟକ ଅନୁଯାଇ ଡାକ୍ତର ନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅନେକ ଡାକ୍ତର ଏହି ଡାକ୍ତରଖାନାରେ ନିଯୁକ୍ତି ପାଇଥିଲେବି ସେମାନଙ୍କୁ ଜିଲ୍ଲା ବାହାରକୁ ଡେପୁଟେସନରେ ପଠାଇ ଦିଆଯାଇଥିବାରୁ ଡାକ୍ତରଖାନାରେ ରୋଗୀ ସେବା ବିପର୍ଯ୍ୟସ୍ଥ ହୋଇ ପଡିଛି ବୋଲି ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ସନ୍ଧ୍ୟା ହେଲେ କୌଣସି ଡାକ୍ତର ରହୁ ନଥିବାରୁ ରୋଗୀମାନେ ବାଧ୍ୟ ହୋଇ ଫେରୁଥିବା ସଦସ୍ୟମାନେ ଅଭିଯୋଗ କରିଥିଲେ । ବିଧାୟକ ଶ୍ରୀଯୁକ୍ତ ସେଠୀ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍କସାଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ବୈଠକକୁ ବିପିଏମ ଚନ୍ଦନ କୁମାର ସାହୁ, ଏକାଉଣ୍ଟାଣ୍ଟ କୈଳାଶ ଚନ୍ଦ୍ର ସାହୁ, ତଥ୍ୟ ପରିଚାଳକ ପ୍ରଦୀପ ଦାସ, ଏସ.ଟି.ଏସ ଅଞ୍ଜନ ମହାନ୍ତ, ଅଶୋକ ବେହେରା, ସ୍ମୃତି ରଞ୍ଜନ ପୁହାଣ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ