ଡାକ୍ତର ଅଲେଖ ଚନ୍ଦ୍ର ଦାସ ସ୍ମୃତି ସମ୍ମାନ ପାଇଲେ 

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ବୋଇତ ବନ୍ଦାଣ ସମିତି,କେନ୍ଦ୍ରାପଡା ପକ୍ଷରୁ ବୁଧବାର ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ସଚ୍ଚିଦାନନ୍ଦ ମିଶ୍ରଙ୍କୁ କୋଭିଡ ସମୟର ଉତ୍ସର୍ଗୀକୃତ ସେବା ପାଇଁ ଡାକ୍ତର ଅଲେଖ ଚନ୍ଦ୍ର ଦାସ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଦିପ କୁମାର ମହାନ୍ତି, ସମ୍ପାଦକ ସଞ୍ଜୟ ରାଉତ, ସଭ୍ୟ ବୈଷ୍ଣବ ଚରଣ ପ୍ରଧାନ, ଚିତ୍ତରଞ୍ଜନ ଦାସ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ ଓ ଏଡିଏମଓ ଡା. ନୃପେଶ ଶତପଥୀ ପ୍ରମୁଖ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା କୋଭିଡର ଜିଲ୍ଲା ନୋଡାଲ ଅଧିକାରୀ ଡା. ମିଶ୍ରଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ