ଡାକ୍ତର ଅଲେଖ ଦାସଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରାକ୍ତନ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ସୁନାମଧ୍ୟନ୍ୟ ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କର ମଙ୍ଗଳବାର ରାତିରେ କଟକର ଏକ ଘରୋଇ ଡାକ୍ତରଖାନାରେ ୭୪ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରେ ଗଭିର ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ଖବରପାଇ ବରିଷ୍ଠ ଶିକ୍ଷକ ଈଶ୍ୱର ଚନ୍ଦ୍ର ସାହୁ, ଡା. ବିଶ୍ୱ ପ୍ରକାଶ କାନୁନଗୋ, ଡା. ନିରଞ୍ଜନ ପରିଡା, ଡା. ସଚ୍ଚିଦାନନ୍ଦ ଦାସ,ଡା. ରଶ୍ମିରଞ୍ଜନ ପାତ୍ର, ଡା. ଜୟନ୍ତ କୁମାର ସାହୁ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ମନୋରଞ୍ଜନ ମହାନ୍ତି, ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା,ବିଜେଡି କୃଷକମୋର୍ଚ୍ଚା ଜିଲ୍ଲା ସଭାପତି ଦୁର୍ଗାଶିଷ ମହାନ୍ତି, ଉମେଶ ଚନ୍ଦ୍ର ସିଂ, ଗୟାଧର ଧଳ, ରମଣୀରଞ୍ଜନ ରାଉତରାୟ, ମହମ୍ମଦ ଆକବର ଅଲ୍ଲୀ, ଅକ୍ଷୟ କୁମାର ମହାନ୍ତି, ସଞ୍ଜୟ ରାଉତ, ଧିରେନ ସାହୁ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଶୈଳେନ୍ଦ୍ର ନାରାୟଣ ଦାସ, ରଞ୍ଜିତ ସାହୁ, ହିବଜୁର ରହେମାନ, ପଦ୍ମଲୋଚନ ଧଳ, ବରିଷ୍ଠ ବିଜେପି ନେତା ବୈଦ୍ୟନାଥ ଚାଟାର୍ଜୀ, ବିଷ୍ଣୁ ଦାସ, ଗରଦପୁର ତହସିଲଦାର ଅଶୋକ କୁମାର ବେହେରା, କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶିଲ ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମୀରପାଟଣାସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ମେଡିକାଲ ପାଠପଢା ଶେଷ ପରେ ସ୍ୱର୍ଗତ ଡା. ଦାସ ପ୍ରଥମେ କଲିକତାର ନଦିଆରେ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ପରେ ଫୁଲବାଣୀ ଜିଲ୍ଲାର ଫିରିଙ୍ଗିଆ ଠାରେ ଯୋଗଦେଇଥିଲେ । ଏହାପରେ ଚଉଦକୁଲାଟ, ମହାକାଳପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଏବଂ ଶେଷରେ କେନ୍ଦ୍ରାପଡା ସଦରମହକୁମାରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟକରି ଅବସର ନେଇଥିଲେ । ଅବସର ପରେ ସେ ସପ୍ତାହରେ ୨ଥର ଜମ୍ବୁର ବତୀଘରକୁ,ପ୍ରତି ରବିବାର ଚଉଦକୁଲାଟ , ଗରାପୁର ଶିବାନନ୍ଦ ଆଶ୍ରମ ସମେତ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ଯାଇ ଗରିବ ଲୋକଙ୍କ ସେବା କରିବା ତାଙ୍କର ନଶା ଥିଲା । ପ୍ରତ୍ୟେହ ଦିନ ଓ ରାତିରେ ମାଗଣାରେ ରୋଗୀଙ୍କୁ ଦେଖି ପରାମର୍ଶ ଦେବା ତାଙ୍କର ପ୍ରବୃତ୍ତି ଥିଲା । ସେ ଜଣେ ବୃକ୍ଷ ପ୍ରେମୀ ମଣିଷ ଥିଲେ । ସବୁପରେ ତାଙ୍କର କେହି ଶତୃ ନଥିଲେ ଏବଂ ସମସ୍ତଙ୍କୁ ଆପଣାର କରିବା ତାଙ୍କର ସହଜାତ ପ୍ରବୃତ୍ତି ଥିଲା । ଅନ୍ୟମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ବେହୁରା, କମଳାକାନ୍ତ ବେହେରା, ମୀର ମୁର୍ଶିଦ୍ଦ,ଦିଲ୍ଲିପ ଦାଶ, ଗୋପାଳ ଚନ୍ଦ୍ର ମାହାଲିକ, ରାଜେଶ ମହାନ୍ତି, ଭାନୁପ୍ରିୟା ବେହେରା, ସାମ୍ବାଦିକ ମାତୃଦତ୍ତ ମହାନ୍ତି, ମନୋଜ ସ୍ୱାଇଁ, ଶ୍ରୀକାନ୍ତ ନାୟକ, ଲକ୍ଷ୍ମିକାନ୍ତ ନାୟକ, ପରେଶ ଦାସ, କବୟତ୍ରୀ ଅବନ୍ତୀ ବେହେରା, ମନୋଜ ଦାସ, ଶୁଭାଂଶୁ ଦାସ, ସ୍ୱପ୍ନାଂଶୁ ଦାସ, ରଣଧୀର ଜେନା, ରତ୍ନାକର ରାଉତରାୟ, ପୂର୍ବତନ ଡିପିଓ ପିତାମ୍ବର ଦାସ,କୈଳାସ ଚନ୍ଦ୍ର ମହାନ୍ତି, ଶୈଳେନ୍ଦ୍ର ମହାନ୍ତି, ଭାଇ ମହାଦେବ ଓ ପରିବାରର ସଦସ୍ୟମାନେ, ଭଗବତୀ ହସପିଟାଲର କର୍ମଚାରୀମାନେ, ଜିଲ୍ଲା ବୋଇତ ବନ୍ଦାଣ ସମିତି ଓ ଜିଲ୍ଲା ପ୍ରତିଭା ପୂଜା ସଂସଦର କର୍ମକର୍ତ୍ତାମାନେ, ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ସ୍ୱାମୀ ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଓ ଆଶ୍ରମର ଅନ୍ତେବାସୀ,ଗୋଲେଖ ପଢିଆରୀ, ପ୍ରଶାନ୍ତ ସିଂ, ବିଜୟ ଅଗ୍ରୱାଲ, ବ୍ରଜ କିଶୋର ଦାସ, ଧିରେନ୍ଦ୍ର ଦାସ, ଭୂବନ ମୋହନ ଦାସ, ବୈଷ୍ଣବ ପ୍ରଧାନ ପ୍ରମୁଖ ପହଞ୍ଚି ଡା. ଦାସଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ମୀରପାଟଣାସ୍ଥିତ ବାସଭବନରୁ ତାଙ୍କ ଶବକୁ ଏକ ଶୋଭାଯାତ୍ରାରେ ସହରର ମୁଖ୍ୟରାସ୍ତା ଦେଇ କଜଳା ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁତ୍ର ସ୍ୱୟଂଭୁବ ମୁଖାଗ୍ନି ଦେଇଥିଲେ । ରାସ୍ତାସାରା ଲୋକମାନେ ଡାକ୍ତର ଦାସଙ୍କ ଶବାଧାରକୁ ପୁଷ୍ପଗୁଛ ପ୍ରଦାନ କରି ଶେଷ ସମ୍ମାନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ