ଡାକ୍ତର ଓ ନର୍ସଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,  (ଯୁଗାବ୍ଦ ନ୍ୟୁଜ) : ଶ୍ରୀ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କୁ ଆକ୍ରମଣ ଘଟଣାରେ ତିବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଆକ୍ରମଣ କରିଥିବା ଯୁବକ ନରେନ୍ଦ୍ର ଦାଶ ଓ ସ୍ମୃତି ରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ପାଇଁ ଦାବି କରାଯାଇଛି । ପ୍ରେସ ଇସ୍ତହାର ମଧ୍ୟମରେ ଚିକିତ୍ସାଳୟ ସୁରକ୍ଷା କମିଟି ସମ୍ପାଦକ ସୁରେନ୍ଦ୍ର ପାଲ ଅନୁରୋଧ କରି କହିଛନ୍ତି ଯେ ଉକ୍ତ ଘଟଣାରେ ଦୁଇ ଅଭିଯୁକ୍ତ ବିରୁଦ୍ଧରେ ମାନ୍ୟବର ଅଦାଲତ ଓ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହିଁ ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ ନିଜକୁ ସୁରକ୍ଷିତ ମଣିବେ । ଜାତି, ଧର୍ମ, ବର୍ଣ୍ଣ, ରାଜ୍ୟ, ଦେଶ, ସଂପ୍ରଦାୟକୁ ବାରଣ ନକରି  ଡ଼ାକ୍ତରମାନେ ସେବା ଦେଉଛନ୍ତି ।  ରୋଗ ସୃଷ୍ଟିକାରୀ ଜୀବାଣୁ, ଭୁତାଣୁ ବୃକ୍ଷେପ ନକରି ଡ଼ାକ୍ତର ଓ ନର୍ସ ଔଷଧ ଓ ଇଞ୍ଜେକ୍‌ସନ ଦେବା ସହ ଚିକିତ୍ସା କରନ୍ତି । ଯେଉଁମାନେ ପ୍ରତ୍ୟେକ ମଣିଷର ସେବାକୁ ମାଧବ ସେବା ବୋଲି ଭାବିଥାନ୍ତି । ନିଷ୍କାମ କର୍ମ ଯୋଗୀ ଭାବେ ସେବା ଯୋଗାଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛି ଚିକିତ୍ସାଳୟ ସୁରକ୍ଷା କମିଟି । ଡାକ୍ତରମାନଙ୍କ ସେବା ବଦଳରେ ସୁରକ୍ଷା ଉଦାହରଣ ସଅଷ୍ଟି କରି ସେମାନଙ୍କ ବିରୁଦ୍ଧରେ  କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ କମିଟି ପକ୍ଷରୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ