ଡାକ୍ତର କିଶୋର ମିଶ୍ରଙ୍କ ମାତୃ ବିୟୋଗ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ମିଶ୍ରଙ୍କ ମା’ ମନମୋହିନୀ ମିଶ୍ରଙ୍କର ୯୨ବର୍ଷ ବୟସରେ ସୁନାଇଲୋସ୍ଥିତ ବାସଭବନରେ ଗୁରୁବାର ଅପରାହ୍ନ ୧୨ଟା ୧୦ମିନିଟ୍‌ରେ ପରଲୋକ ହୋଇଯାଇଛି । ସେ ବହୁଦିନଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତଥିଲେ । କରୋନା ପାଇଁ ଡା ମିଶ୍ର ବ୍ୟସ୍ତ ରହୁଥିବାରୁ ମାଙ୍କୁ ପୁରୀ ସ୍ୱର୍ଗଦ୍ୱାର ନ ନେଇ ସୁନେଇଲୋସ୍ଥିତ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି । ବଡ ପୁଅ ଅମରନାଥ ମିଶ୍ର ମୁଖାଗ୍ନୀ ଦେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଚାରିପୁଅ ଅରମ ନାଥ, ଅଶୋକ ପ୍ରସାଦ, କିଶୋର ଚନ୍ଦ୍ର, ବିଭୁତି ଓ ତିନି ଝିଅଜ୍ୱାଇଁ ଉପସ୍ଥିତଥିଲେ । ଖବର ପାଇ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉର୍ମିଳା ମିଶ୍ର, ଏଡିଏମଓ(ମେଡିକାଲ) କିଶୋର ଚନ୍ଦ୍ର ଆଚାର୍ଯ୍ୟ, ଏଡିଏମଓ (ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଡାକ୍ତରଖାନା ପରିଚାଳକ ଶୁଭାଶିଷ ସାଥୁଆ ,ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ଶ୍ରୀକାନ୍ତ ପଣ୍ଡା, କୃଷ୍ଣ ଚନ୍ଦ୍ର ଲୋହା ପ୍ରମୁଖ ତାଙ୍କ ବାସଭବନକୁଯାଇ ସ୍ୱର୍ଗତ ମିଶ୍ରଙ୍କ ଶେଷ ଦର୍ଶନ କର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ