ଡାକ୍ତର କୁନାନନ୍ଦ ଗିରିଙ୍କ ପ୍ରଥମ ଶ୍ରଦ୍ଧବାର୍ଷିକ

ବାଲେଶ୍ୱର, (ସରୋଜ ପଣ୍ଡା) :-ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ, ସମାଜସେବୀ ତଥା ସାହିତ୍ୟିକ ଡାକ୍ତର କୁନାନନ୍ଦ ଗିରିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ସହରର ଦର୍ଜିପୋଖରୀସ୍ଥିତ ସ୍ୱର୍ଗତ ଗିରିଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଡ. ଭାଗବତ ବେହେରା, ଡ. ମନ୍ମଥ କୁମାର ପ୍ରଧାନ, କବି ପ୍ରଶାନ୍ତ ଦାସ, ବରିଷ୍ଠ ଆଇନଜୀବୀ ପ୍ରତାପ ପଣ୍ଡା, ଶ୍ୟାମସୁନ୍ଦର ଜେନା, ଶଶିରଂଜନ ମଲ୍ଲିକ, ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ, ଆଇନଜୀବୀ ନିରଞ୍ଜନ ପରିଡ଼ା, ଡା. ପୂର୍ଣ୍ଣଚନ୍ଦ୍ର ଜେନା, ସାହିତ୍ୟିକ ବ୍ରଜେନ୍ଦ୍ର ନାଥ ଗିରି, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଗୟାପ୍ରସାଦ ଜେନା, ଅଭିରାମ ଦାସ, ଗୌରୀଚନ୍ଦ୍ର ବାରିକ, ଜୟପ୍ରକାଶ ଦାଶ, ହିମାଂଶୁ ଦାସ, ଡା. ଦିଲ୍ଲୀପ କୁମାର ଭୋଇ, ଅନିଲ କୁମାର ପଟ୍ଟନାୟକ, ଅଧ୍ୟାପକ ବଂଶୀଧର ଦାସ, ବିଦ୍ୟାଧର ସାହୁ, ଦେବାଶୀଷ ଚାଟାର୍ଜୀ, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ପ୍ରତାପ ଚନ୍ଦ୍ର ନାୟକ, ସ୍ୱର୍ଗତ ଗିରିଙ୍କ ଏକମାତ୍ର କନ୍ୟା ମଧୁସ୍ମିତା ଗିରି ଓ ଜ୍ୱାଇଁ ଡ. ଜିତେନ୍ଦ୍ର କୁମାର ଦାସମହାପାତ୍ର ଓ ହରେକୃଷ୍ଣ ପଲାଇ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଗିରିଙ୍କ ଜୀବନାଦର୍ଶ ଓ ବହୁମୁଖୀ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଡାକ୍ତର ଗିରି ଭଞ୍ଜଭୂମି ମୟୁରଭଂଜ ଜିଲା ବାଙ୍ଗିରିପୋଷିଠାରେ ଜନ୍ମଗ୍ରହଣ କରି ଥିଲେ ମଧ୍ୟ ବ୍ୟାସଭୂମି ବାଲେଶ୍ୱରକୁ ନିଜର କର୍ମଭୂମିଭାବେ ଗ୍ରହଣ କରିଥିଲେ । ଡାକ୍ତର ଗିରି ତାଙ୍କର ଗବେଷଣାତ୍ମକ ପ୍ରବନ୍ଧରେ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାର ପ୍ରାଚୀନ ଐତିହ୍ୟର ପୃଷ୍ଠଭୂମି ଥିବା ଇତିହାସ, କିମ୍ବଦନ୍ତୀ ଓ ଲୋକକଥା ସ୍ଥାନୀତ କରି ପାଠକଙ୍କୁ ବହୁ ତଥ୍ୟ ଦେଇପାରିଛନ୍ତି ବୋଲି ବକ୍ତାମାନେ କହିିଥିଲେ । ଦର୍ଜିୀପୋଖରୀ ଛକଠାରୁ ଅରଡ଼ବଜାର ମୁଖ୍ୟରାସ୍ତା ପର୍ଯ୍ୟନ୍ତ ରାସ୍ତାକୁ ସ୍ୱର୍ଗତ ଗିରିଙ୍କ ନାମରେ ନାମିତ କରିବା ଏବଂ ତାଙ୍କର ଏକ ପ୍ରତିମର୍ତ୍ତିର୍ ସ୍ଥାପନ ପାଇଁ ଏହି ଶ୍ରଦ୍ଧାଞ୍ଜଳି ସଭାରେ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ସ୍ୱର୍ଗତ ଗିରିଙ୍କ ସ୍ମୃତି ସମ୍ବଳିତ ସ୍ମରଣିକା ‘ସ୍ମରଣୀୟେଷୁ ଡାକ୍ତର କୁନାନନ୍ଦ’କୁ ମଞ୍ଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ । ଗାଳ୍ପିକ କମଳଲୋଚନ ଦାସ ଏହି କାର୍ଯ୍ୟକ୍ରମରେ ପ୍ରାକ କଥନ ରଖିଥିବା ବେଳେ ସ୍ୱର୍ଗତ ଡାକ୍ତର ଗିରିଙ୍କ ଶାଳକ ଅଭୟ କୁମାର ଦାସ ଶେଷରେ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ